ମେଣ୍ଟର ନାଁ ‘ଇଣ୍ଡିଆ’ ରଖିବା ବେଆଇନ କି ? ପୁଲିସରେ ରୁଜ୍ଜୁ ହେଲା ମାମଲା

ନୂଆଦିଲ୍ଲୀ : ବିରୋଧୀ ମେଣ୍ଟକୁ ଭାରତ (ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ୍ ଆଲାଏନ୍ସ-ଇଣ୍ଡିଆ) ନାମରେ ନାମିତ କରିଥିବା ନେଇ ବିବାଦ ଦେଖାଦେଇଛି । ଏନେଇ ଦିଲ୍ଲୀର ବାରଖମ୍ବା ରୋଡ୍ ଥାନାରେ ବିରୋଧୀ ମେଣ୍ଟରେ ସଂପୃକ୍ତ ସମସ୍ତ ୨୬ଟି ରାଜନୈତିକ ଦଳ ବିରୋଧରେ ଏକ ମାମଲା ରୁଜ୍ଜୁ ହୋଇଛି । ଦିଲ୍ଲୀର ଆଇନଜୀବୀ ଅବନୀଶ ମିଶ୍ର ପୁଲିସ ନିକଟରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ଏହି ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ମେଣ୍ଟକୁ ଭାରତ ନାମରେ ନାମିତ କରିବା ଅଧ୍ୟାଦେଶ ଆଇନ, ୨୦୨୨ର ଉଲ୍ଲଂଘନ।

ଅବନୀଶ ମିଶ୍ର ପୁଲିସ ନିକଟରେ କରିଥିବା ଅଭିଯୋଗରେ କହିଛନ୍ତି ଯେ, ଏମ୍ବାଲମ୍ ଆଇନର ଧାରା ୩ ଅନୁଯାୟୀ କେହି ନିଜ ବ୍ୟକ୍ତିଗତ ଫାଇଦା ପାଇଁ ଭାରତ ନାମ ବ୍ୟବହାର କରିପାରିବେ ନାହିଁ ଏବଂ ଏଭଳି ଭାବେ ‘ଇଣ୍ଡିଆ’ ନାମର ବ୍ୟବହାର ଭାରତବାସୀଙ୍କ ଭାବନାକୁ ଆଘାତ ଦେଇଛି ।

ଏମ୍ବଲେମ୍ ଆଇନର ଉଲ୍ଲଙ୍ଘନ କଲେ କଣ ଦଣ୍ଡ ମିଳିବ ?

ପୁଲିସ ନିକଟରେ ହୋଇଥିବା ଅଭିଯୋଗରେ ଏହା ମଧ୍ୟ କୁହାଯାଇଛି ଯେ “ଏମ୍ବଲେମ୍ ଆଇନର ଧାରା-୫ ରେ ଏଭଳି ଉଲ୍ଲଂଘନ ପାଇଁ ଦଣ୍ଡ ସହ ଜରିମାନା ର ବ୍ୟବସ୍ଥା ରହିଛି । ଏହି ଆଇନର ଧାରା ୩କୁ ଉଲ୍ଲଂଘନ କରୁଥିବା ବ୍ୟକ୍ତି ସର୍ବାଧିକ ୫୦୦ ଟଙ୍କା ଜରିମାନା ରେ ଦଣ୍ଡିତ ହେବେ।

ସମ୍ବନ୍ଧିତ ଖବର