ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂହ ଜ୍ୱାଇଁଙ୍କ ବିରୁଦ୍ଧରେ ୫୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗ , ମାମଲା ରୁଜୁ

ରାୟପୁର: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂହ ଜ୍ୱାଇଁଙ୍କ ବିରୁଦ୍ଧରେ ୫୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗ ଆସିବାପରେ ଏକ ମାମଲା ରୁଜୁୁ କରାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରମଣ ସିଂହଙ୍କ ଜ୍ୱାଇଁ ପୁନୀତ ଗୁପ୍ତା ସରକାରୀ ଡିକେଏସ୍‌ ହସ୍ପିଟାରଲ୍‌ର ଅଧୀକ୍ଷକ ଥିବା ବେଳେ ୫୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା କରିଥିଲେ।

ଡିକେଏସ ହସ୍ପିଟାଲର ଅଧୀକ୍ଷକ କମଲ କିଶୋର ମୁହାରେଙ୍କ ଅଭିଯୋଗ କ୍ରମେ ପୁନୀତ ଗୁପ୍ତାଙ୍କ ବିରୁଦ୍ଧରେ ଠକାମି ଓ ହେରଫେର ମାମଲା ରୁଜ୍ଜୁ କରାଯାଇଛି। ତାଙ୍କ ବିରୋଧରେ ଅଭିଯୋଗ ଆସିଛି ଦାଉ କଲ୍ୟାଣ ସିଂହ (ଡିକେଏସ୍‌) ସୁପର ସ୍ପେସିଆଲିଟି ହସ୍ପିଟାଲ୍‌ର ନିର୍ମାଣ ଓ ମେସିନ୍‌ କିଣାରେ ଅନିୟମିତତା କରାଯାଇଥିଲା।

ଛତିଶଗଡ ସରକାରଙ୍କ ଆଦେଶକ୍ରମେ ଗୋଲ ବଜାର ଥାନାରେ ତଦନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ଡିକେଏସ ଅଧୀକ୍ଷକ ଡାକ୍ତର କେକେ ସହାରେ ଲିଖିତ ଅଭିଯୋଗ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ କଂଗ୍ରେସ କ୍ଷମତାକୁ ଆସିବା ପରେ ପୁନୀତ ଗୁପ୍ତାଙ୍କୁ ହସ୍ପିଟାଲରୁ ସ୍ଥାନାନ୍ତରିତ କରାଯାଇ ରାୟପୁର ମେଡିକାଲ କଲେଜ୍‌ର ଓଏସିଡ୍‌ ଭାବେ ଦାୟିତ୍ୱ ଦିଆଯାଇଥିଲା।

ସମ୍ବନ୍ଧିତ ଖବର