କବିତା ଲେଖି ଅଡୁଆରେ ଫସିଗଲେ ୧୦ କବି

ଗୌହାଟୀ: ଆସାମ ପୁଲିସ ଗୁରୁବାର ନାଗରିକତା ବିବାଦ ଉପରେ କବିତା ଲେଖିଥିବା ଦଶ ଜଣ କବିଙ୍କ ବିରୋଧରେ ମାମଲା ରୁଜୁ କରିଛି | ଯେଉଁ ଲୋକଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି ସେମାନଙ୍କ ମଧ୍ୟରେ ଅଧିକାଂଶ ଲୋକ ପଶ୍ଚିମବଙ୍ଗର କବି ହୋଇଥିବା ବେଳେ ସାମାଜିକ କର୍ମୀ ଭାବେ ବେଶ ଜଣାଶୁଣା | ତେବେ ଗୌହାଟୀ ସେଣ୍ଟ୍ରାଲ ଡିସିପି ଧର୍ମେନ୍ଦ୍ର କୁମାର ଦାସ କହିଛନ୍ତି ଯେ ଏହି ମାମଲାରେ କାହାକୁ ଗିରଫ କରାଯାଇନାହିଁ |

ତେବେ ଏହାକୁ ନେଇ ମାମଲା ରୁଜୁ ହୋଇଥିବା ସାମାଜିକ କର୍ମୀ ଅବଦୁଲ କାଲାମ ଆଜାଦ କହିଛନ୍ତି ଯେ ନାଗରିକଙ୍କ ଉପରେ କବିତା ଲେଖିବାର ଅଧିକାର କ’ଣ ନାହିଁ | ମିଳିଥିବା ସୂଚନା ମୁତାବକ ନାଗରିକ ସଂଶୋଧନ ବିଲକୁ ନେଇ ଆସାମରେ ପାଖାପାଖି ୪୦ ଲକ୍ଷ ଲୋକଙ୍କୁ ବେଦଖଲ କରାଯାଇଛି |

ଆସାମରେ ଅନୈତିକ ଭାବେ ପ୍ରବେଶ ରହୁଥିବା ଅନୁପ୍ରବେଶକାରୀଙ୍କୁ ବେଦଖଲ କରିବା ପାଇଁ ନାଗରିକ ସଂଶୋଧନ ବିଲ ଜାରି କରାଯାଇଥିଲା | ୧୯୫୧ ମସିହାରେ ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ୍ସ ବା ଏନଆରସି ପ୍ରସ୍ତୁତ କରାଯାଇଥିଲା | ଯାହାଦ୍ୱାରା ନିଷ୍ପତ୍ତି ନିଆଯାଇପାରିବ କେଉଁମାନେ ଆସାମରେ ଜନ୍ମ ହୋଇଛନ୍ତି ବା ଭାରତର ନାଗରିକ ପାଇଁ ଯୋଗ୍ୟ ହୋଇପାରିବେ |

ସମ୍ବନ୍ଧିତ ଖବର