ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟଙ୍କ ନାମରେ ସଙ୍ଗୀନ ଅଭିଯୋଗ : ଦୁଷ୍କର୍ମ ପରେ ଜବରଦସ୍ତ ଗର୍ଭପାତ କରାଇଥିବା କହିଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟଙ୍କ ଉପରେ ଲାଗିଲା ସଙ୍ଗୀନ ଅଭିଯୋଗ | ଦୁର୍ଷ୍ମମ କରିବା ପରେ ଜୋର ଜବରଦସ୍ତି ଗର୍ଭପାତ କରାଇଥିବା ନେଇ ଅଭିଯୋଗ ଆଣିଲେ ଜଣେ ଅଭିନେତ୍ରୀ | ଏହା ସହ ମାମଲାକୁ ଚାପି ଦେବାକୁ ଚେଷ୍ଟା କରୁଥିବା ନେଇ ମିଥୁନଙ୍କ ସ୍ତ୍ରୀ ଯୋଗୀତା ବାଲିଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରିଛନ୍ତି ଅଭିନେତ୍ରୀ।

ଅଭିଯୋଗ ମୁତାବକ, ପୀଡ଼ିତାଙ୍କ ସହ ୨୦୧୫ରୁ ପ୍ରେମ ସଂପର୍କରେ ଥିଲେ ମିଥୁନଙ୍କ ପୁଅ ମହାଅକ୍ଷୟ । ମହାଅକ୍ଷୟ ବିବାହ କରିବାର ପ୍ରଲୋଭନ ଦେଖାଇ ପୀଡ଼ିତାଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ । ୨୦୧୫ ରରେ ମହାଅକ୍ଷୟ ପୀଡ଼ିତାଙ୍କୁ ଘରକୁ ଡାକିଥିଲେ । ଏହାପରେ ତାଙ୍କୁ ଥଣ୍ଡାପାନୀୟରେ କିଛି ନିଶା ଔଷଧ ମିଶାଇ ପିଇବାକୁ ଦେଇଥିଲେ । ତାହାକୁ ପିଇ ପୀଡ଼ିତା ଅଚେତ ହେବା ପରେ ମହାଅକ୍ଷୟ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ଏ ବିଷୟରେ ଜାଣି ପୀଡ଼ିତା ବିରୋଧ କରିବାରୁ ମହାଅକ୍ଷୟ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଦୀର୍ଘ ୪ ବର୍ଷ କାଳ ମହାଅକ୍ଷୟ ପୀଡ଼ିତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ପୀଡ଼ିତା ଯେତେବେଳେ ଗର୍ଭବତୀ ଥିବା କଥା ଜଣାଇ ଥିଲେ, ବିବାହ କରିବା ପରିବର୍ତ୍ତେ ମହାଅକ୍ଷୟ ତାଙ୍କୁ ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ । ଏ ନେଇ ପୀଡ଼ିତାଜଣଙ୍କ ଅରାଜି ହେବାରୁ ସେ ତାଙ୍କ ଅଜାଣତରେ ତାଙ୍କୁ କିଛି ଔଷଧ ଦେଇ ଗର୍ଭପାତ କରାଇଥିଲେ ।

timesofindia.indiatimes.com

ଏହି ମାମଲାରେ ମିଥୁନଙ୍କ ସ୍ତ୍ରୀ ଯୋଗୀତା ବାଲିଙ୍କ ବିରୋଧରେ ବି ଅଭିଯୋଗ କରିଛନ୍ତି ପୀଡ଼ିତା । ସେ କହିଛନ୍ତି ଯେ, ଏ ନେଇ ସେ ଅଭିଯୋଗ କରିବା ପରେ ଯୋଗୀତା ତାଙ୍କୁ ଧମକ ଦେବା ସହ ମାମଲାର ରଫାଦଫା କରିବାକୁ ଚାପ ପକାଉଛନ୍ତି ।

ମୁମ୍ବାଇର ଓସିୱାରା ପୁଲିସ ଷ୍ଟେସନରେ ଅଭିନେତ୍ରୀ  ଅଭିଯୋଗ କରିବା ପରେ ପୁଲିସ ମହାଅକ୍ଷୟଙ୍କ ବିରୋଧରେ ଧାରା ୩୭୬ (୨), ଧାରା ୩୨୮, ଧାରା ୪୧୭, ଧାରା ୫୦୬, ଧାରା ୩୧୩ ଓ ଧାରା ୩୪ ଲଗାଇ ମାମଲା ରୁଜୁ କରିଛି । ମଡେଲ ଜଣଙ୍କ ୨୦୧୮ ରେ ଏହି ଅଭିଯୋଗ ଦାଖଲ କରିଥିଲେ । ଅଦାଲତ ପ୍ରଥମେ ଏହି ମାମଲାର ଶୁଣାଣି ଦିଲ୍ଲୀ କୋର୍ଟରେ କରିବାକୁ କହିଥିବା ବେଳେ ଏବେ ଏହାର ଅନ୍ତିମ ଫଳାଫଳ ପାଇଁ ମାମଲାକୁ ମୁମ୍ବାଇ କୋର୍ଟକୁ ସ୍ଥାନାନ୍ତର କରାଯାଇଛି ।

ତେବେ ଏହା ପ୍ରଥମ ନୁହେଁ ମହାଅକ୍ଷୟଙ୍କ ନାମରେ ୨୦୧୮ରେ ଅନ୍ୟଜଣେ ଭୋଜପୁରୀ ଅଭିନେତ୍ରୀ ଦୁଷ୍କର୍ମ ଓ ଗର୍ଭପାତ ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ।

ସମ୍ବନ୍ଧିତ ଖବର