କାଶ୍ମୀରରେ କାହିଁକି ଗୁଳିଚଳାଇଲା ସେନା, ଜାଣନ୍ତୁ

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରର ସୋପିଆଁରେ ସେନା ପକ୍ଷରୁ ଜନତାଙ୍କ ଉପରେ ଗୁଳି ଘଟଣା ଦିନକୁ ଦିନ ଅଧିକ ବିବାଦୀୟ ହୋଇଚାଲିଛି । ମୃତ୍ୟୁ ସଂଖ୍ୟା ୩କୁ ବଢିଥିବାବେଳେ ରାଜ୍ୟରେ ସେନା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ବଢିବାରେ ଲାଗିଛି । କିନ୍ତୁ ଆଜି ଏ ନେଇ ସେନା ନିଜର ପକ୍ଷ ରଖିଛି ।

ପ୍ରବଳ ପଥର ମାଡକରୁଥିବା ଲୋକମାନେ ବାରମ୍ବାର ଚେତାବନୀ ସତ୍ତ୍ୱେ ନ ମାନିବାରୁ ଆତ୍ମରକ୍ଷା ପାଇଁ ଗୁଳି ଚଳାଇବାକୁ ପଡିଥିଲା । କିନ୍ତୁ ଏହି ଘଟଣାରେ ଜାମ୍ମୁ ଓ କାଶ୍ମୀର ପୋଲିସ ପକ୍ଷରୁ ଏଫଆଇଆର ଦାଏର କରାଯାଇଥିବାରୁ ତାହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଉତ୍ତରାଞ୍ଚଳ ସେନା କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ଦେବରାଜ ଅନବୁ । ସେ କହିଛନ୍ତି ଯେ ପୋଲିସ ତରଫରୁ ଏକ ସାଧାରଣ ଏଫଆଇଆର ଦାଏର କରାଯିବାର ଥିଲା, କିନ୍ତୁ ସେନା ଅଫିସରଙ୍କ ବିରୋଧରେ ଏଫଆଇଆର ଫାଇଲ କରିବା ଦୁର୍ଭାଗ୍ୟଜନକ । ତେବେ ତଦନ୍ତ ହେଲେ ସବୁ ସତ ବାହାରିବ ବୋଲି ସେ କହିଛନ୍ତି ।

ସେନା ସୁତ୍ରରୁ ଜଣାପଡ଼ିଛି ଯେ ଉଗ୍ର ଭିଡ ପକ୍ଷରୁ ପ୍ରବଳ ପଥର ମାଡ଼ ହେଉଥିଲା । ଗୋଟିଏ ବଡ଼ ଇଟା ଜଣେ ଜଓ୍ଵାନଙ୍କ ମୁଣ୍ଡରେ ବାଜିଲା । ସେ ତୁରନ୍ତ ଚେତାଶୂନ୍ୟ ହୋଇ ଖସିପଡିଲେ । ତାଙ୍କ ଆଡ଼କୁ ଭିଡ ମାଡ଼ିଆସିଲା । ସେମାନେ ଉକ୍ତ ଜଓ୍ଵାନଙ୍କୁ ନେଇ ଯିବାକୁ ଚେଷ୍ଟା କରୁଥିଲେ । କେତେକ କହୁଥିଲେ ଭାରତୀୟ ଜଓ୍ଵାନକୁ ଧର, ତାକୁ ଜାଳିଦେବା ଏ ଭଳି ପରିସ୍ଥିତିରେ ପଡ଼ି ଗୁଳିଚଳାଇବା ଛଡା ଅନ୍ୟ ଉପାୟ ନଥିଲା ବୋଲି ସେନା କହିଛି ।

ଗତ ଜାନୁୟାରୀ ୨୭ରେ ହୋଇଥିବା ଏହି ଗୁଳିକାଣ୍ଡର ଦୋଷୀମାନଙ୍କୁ ଆଇନ ଅନୁସାରେ ଦଣ୍ଡ ଦିଆଯିବ ବୋଲି ରାଜ୍ୟର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଛନ୍ତି । ଅନ୍ୟପକ୍ଷରେ ସେନା ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ରାଜ୍ୟ ସରକାରରେ ସହଯୋଗୀ ଦଳ ବିଜେପି ବିରୋଧ କରିଛି ।

ସମ୍ବନ୍ଧିତ ଖବର