ବାଂଲାଦେଶରେ ଭୟାବହ ଅଗ୍ନିକାଣ୍ଡ, ୮୧ ମୃତ

ଢାକା : ବାଂଲାଦେଶ ରାଜଧାନୀ ଢାକାର ଚୌକ୍‌ ବଜାର ଅଞ୍ଚଳରେ ଗତରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୮୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ରାତି ପ୍ରାୟ ୧୦.୩୦ ସମୟରେ ଘଟିଥିବା ଏହି ଅଗ୍ନିକାଣ୍ଡ ସିଲିଣ୍ଡର୍‌ ବିସ୍ଫୋରଣ ଯୋଗୁଁ ଘଟିଥିବା ପ୍ରକାଶ। ଏକ କାର୍‌ରେ ସିଲିଣ୍ଡର ବିସ୍ଫୋରଣ ହେବାଫଳରେ ରାସାୟନିକ ସାମଗ୍ରୀ ମହଜୁଦ୍‌ ଥିବା ଏକ କୋଠାରେ ନିଆଁ ଲାଗିଯାଇଥିଲା ଏବଂ ତୁରନ୍ତ ଚାରିଆଡ଼କୁ ବ୍ୟାପୀ ଯାଇଥିଲା। ଫଳ‌ରେ ନିକଟସ୍ଥ ଏକ ରେସ୍ତୋରାଁ ସମେତ ୫ଟି କୋଠା ଜଳି ଯାଇଛି। ଅଗ୍ନିଶମ ବାହିନୀ ପାଖାପାଖି ୧୦ ଘଣ୍ଟାର କସରତ ପରେ ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଚୌକ୍‌ ବଜାର ଢାକାର ଏକ ବ୍ୟବସାୟିକ କେନ୍ଦ୍ରସ୍ଥଳ। ୪୦୦ ବର୍ଷ ପୂର୍ବେ ଏହା ଗଢ଼ି ଉଠିଥିଲା। ସହରରେ ଅଧିକାଂଶ ଗୃହ ପରସ୍ପର ସହ ଲାଗି ରହିଥିବାରୁ ଏଠାରେ ଅଗ୍ନିକାଣ୍ଡ ଘଟିଲେ ଅତି ଭୟଙ୍କର ପରିସ୍ଥିତି ଉପୁଜୁଛି।

ସମ୍ବନ୍ଧିତ ଖବର