ନୂଆଦିଲ୍ଲୀ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ଆଜି ପୁଣିଥରେ ଅଗ୍ନିକାଣ୍ଡ ଘଟିଛି। ସେକ୍ଟର ୧୩ ସ୍ଥିତ କଳ୍ପବାସୀ ଶିବିରରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ଏକ ପେଣ୍ଡାଲ୍ ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ସଙ୍ଗେ ସଙ୍ଗେ ଅଗ୍ନି ନିର୍ବାପକ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିନେଇଥିଲେ। ତେବେ କେଉଁ କାରଣ ପାଇଁ ଅଗ୍ନିକାଣ୍ଡ ଘଟିଛି ତାହା ଜଣାପଡ଼ିନି। ଗୋଟିଏ ସପ୍ତାହରେ ଏହା ଦ୍ବିତୀୟ ଅଗ୍ନିକାଣ୍ଡ ଘଟଣା। ଗତ ୧୫ରେ କୁମ୍ଭମେଳା ଆରମ୍ଭ ହେବାର ଦିନକ ପୁର୍ବରୁ ପ୍ରୟାଗରାଜର ଦିଗମ୍ବର ଆଖଡ଼ାର ଏକ ଶିବିରରେ ଅଗ୍ନିକାଣ୍ଡ ଘଟିଥିଲା। ଉଲ୍ଲେଖଯୋଗ୍ୟ ଚଳିତ କୁମ୍ଭମେଳା ମାର୍ଚ୍ଚ ୪ରେ ଶେଷ ହେଉଛି ଏବଂ ୧୦ କୋଟିରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଏହି ୫୫ ଦିନର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
କୁମ୍ଭମେଳାରେ ପୁଣି ଅଗ୍ନିକାଣ୍ଡ
/sambad/media/post_attachments/wp-content/uploads/2019/01/fire-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)