ମୁମ୍ବାଇର ଦଶତାଲା ବିଶିଷ୍ଟ ଆବାସିକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ; ଉଦ୍ଧାର କାର୍ଯ୍ୟ ଜାରି

ମୁମ୍ବାଇ: ମହାନଗରୀ ମୁମ୍ବାଇର ଏକ ଦଶତାଲା ବିଶିଷ୍ଟ ଆବାସିକ ଆପାର୍ଟମେଣ୍ଟରେ ଆଜି ସନ୍ଧ୍ୟାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଦଶତାଲା ବିଶିଷ୍ଟ ଆପାର୍ଟମେଣ୍ଟର ପଞ୍ଚମ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଏବେ ବି କିଛି ପରିବାର ସେହି ନିଆଁ ଲାଗିଥିବା ଆପର୍ଟମେଣ୍ଟ ମଧ୍ୟରେ ବନ୍ଦୀ ହୋଇ ରହିଯାଇଥିବା କୁହାଯାଉଛି। ଏହି ଅଗ୍ନିକାଣ୍ଡ ମୁମ୍ବାଇରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଅଗ୍ନିକାଣ୍ଡର ଖବର ମିଳିବା ମାତ୍ରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଚାରିଟି ନିଆଁଲିଭା ଗାଡ଼ି ଓ ତିନିଟି ଟ୍ୟାଙ୍କର ସହ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲାଭାଇବାକୁ ଉଦ୍ୟମ ଆରମ୍ଭ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ମୁମ୍ବାଇର ଘଟକପୋରା ଅଞ୍ଚଳରେ ଥିବା ଦଶତାଲା ବିଶିଷ୍ଟ ଆବାସିକ ଶ୍ରୀଜୀ ଟାଓ୍ଵାରର ପଞ୍ଚମ ତାଲାରେ ଆଜି ସନ୍ଧ୍ୟା ୫ଟା ୪୨ ମିନିଟ ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି।

ସମ୍ବନ୍ଧିତ ଖବର