ବାଂଲାଦେଶରେ ଏକ ଜୁସ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ,୫୨ ଜଣଙ୍କର ମୃତ୍ୟୁ

ଢାକା:ଜୁସ ଫ୍ୟାକ୍ଟରିରେ ଲାଗିଗଲା ନିଆଁ | ଆଉ ନିଆଁରେ ପୋଡି ହୋଇ ଚାଲି ଯାଇଛି ୫୨ ଜଣଙ୍କ ଜୀବନ | ତେବେ ଏବେ ବି ଅଧିକାଂଶ କର୍ମଚାରୀ ଫସି ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ଦେଖାଦେଇଛି | ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଜଣ ଗୁରୁତର ଆହତ ହୋଇଥିବାବେଳେ ମିଳିଥିବା ସୂଚନା ମୁତାବକ ବାଂଲାଦେଶର ଢାକାରେ ଥିବା ସେଜନ ଜୁସ ଫ୍ୟାକ୍ଟ୍ରିରେ ଗୁରୁବାର ଅପରାହ୍ନ ପ୍ରାୟ ୫ଟାବେଳେ ନିଆଁ ଲାଗିଯାଇଥିଲା | ଆଉ ଚାଁହୁଚାଁହୁ ଏହି ନିଆଁ ଉପର ମହଲାକୁ ବ୍ୟାପି ଯାଇଥିଲା | ଆଉ ଜୁସ ପ୍ରସ୍ତୁତ କରୁଥିବା କର୍ମଚାରୀମାନେ କିଛି ବୁଝିବା ଆଗରୁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା | ଆଉ ଏହି ନିଆଁରେ ୫୨ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୫୦ରୁ ଅଧିକ ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି | କୁହାଯାଉଛି ଯେ ପ୍ରଥମେ ନିଆଁ ତଳମହଲାରେ ଲାଗିଥିଲା |

ଆଉ ତଳମହଲାରେ ରାସାୟନିକ ପଦାର୍ଥ ଏବଂ ପ୍ଲାଷ୍ଟିକ ବୋତଲ ଥିବାରୁ ଅଗ୍ନିକାଣ୍ଡ କୋଠାର ତଳ ମହଲାରୁ ଉପରକୁ ବ୍ୟାପିଯାଇଥିଲା | ରିିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ନିିଆଁ ଲାଗିବାର କାରଣ ଜଣାପଡ଼ି ନଥିଲେ ବି ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି |

ନିଆଁକୁ ଆୟତ୍ତ କରିବା ପାଇଁ ୧୮ଟି ଦମକଳ ବାହିନୀ ନିୟୋଜିତ ହୋଇଥିବାବେଳେ ଉଦ୍ଧାର ହୋଇଥିବା କର୍ମଚାରୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ ନିଆଁ ଲାଗିବା ପରେ କାରଖାନାର ଏକମାତ୍ର ପ୍ରସ୍ଥାନ ଫାଟକ ବନ୍ଦ ହୋଇଯାଇଥିଲା। ବିଲଡିଂରେ କୌଣସି ଉପଯୁକ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ଏଭଳି ଅଗ୍ନିକାଣ୍ଡ ହୋଇଥିବାର ସେମାନେ କହିଛନ୍ତି |

ସମ୍ବନ୍ଧିତ ଖବର