ନୂଆଦିଲ୍ଲୀସ୍ଥିତ ଦୂରଦର୍ଶନ ଭବନରେ ନିଆଁ

ନୂଆଦିଲ୍ଲୀ : ସ୍ଥାନୀୟ ମଣ୍ଡିହାଉସ ସ୍ଥିତ ଦୂରଦର୍ଶନ ଭବନରେ ଆଜି ନିଆଁ ଲାଗିଥିବା ଖବର ମିଳିଛି । ଭବନର ଏୟାରକଣ୍ଡସନିଂ ପ୍ଲାଣ୍ଟରୁ ନିଆଁ ଲାଗି ଅନ୍ୟଆଡେ ବ୍ୟାପୀଯାଇଥିବା ଜଣାଯାଇଛି । ତେବେ ୮ଟି ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ଏହି ଅଗ୍ନିକାଣ୍ଡରେ କୌଣସି ବ୍ୟକ୍ତି ମୃତାହତ ଓ କୌଣସି ସାମଗ୍ରୀ କ୍ଷତିଗ୍ରସ୍ତ ହୋଇନଥିବା ଦୂରଦର୍ଶନ ପକ୍ଷରୁ କୁହାଯାଇଛି ।
ଆଜି ସକଳେ ମୁମ୍ବାଇର ପରେଲ ଅଞ୍ଚଳରେ ଥିବା କ୍ରିଷ୍ଟାଲ୍ ଟାଓ୍ଵାରରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ୪ ଜଣଙ୍କର ଜୀବନହାନି ଘଟିବା ସହ ୧୪ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଜଣେ ପୁରୁଷ ଓ ଜଣେ ମହିଳା। ହିନ୍ଦ୍ମାତା ସିନେମା ନିକଟରେ ଅବସ୍ଥିତ ଏହି ଟାଓ୍ଵାର୍ରେ ଲାଗିଥିବା ନିଆଁ ଲିଭାଇ ଦିଆଯାଇଛି। ଏହି ଆବାସିକ ଟାଓ୍ଵାର୍ରୁ ୧୬ ଜଣ ଲୋକଙ୍କୁ କ୍ରେନ୍ ଯୋଗେ ଉଦ୍ଧାର କରାଯାଇ କେଇଏମ୍ ଏବଂ ଗ୍ଲୋବାଲ୍ ହସ୍ପିଟାଲ୍କୁ ନିଆଯାଇଛି। ସକାଳ ୮. ୩୨ ମିନିଟ୍ ସମୟରେ ଦମକଳ ବିଭାଗ ଖବର ପାଇବା ପରେ ଘଟଣାସ୍ଥଳରେ ୮ଟା ୪୦ ମିନିଟ୍ରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର