ସର୍ଟ ସର୍କିଟ୍‌ ହେତୁ କୁମ୍ଭମେଳାର ଗୋରଖନାଥ ଆଖଡ଼ାରେ ଲାଗିଲା ନିଆଁ

ପ୍ରୟାଗରାଜ: ପ୍ରୟାଗରାଜରେ ଚାଲୁଥିବା କୁମ୍ଭମେଳାରେ ଗତ ମଙ୍ଗଳବାର ଦିନ ସେକ୍ଟର-୧୩ ସ୍ଥିତ ଗୋରଖନାଥ ଅଖାଡାର ଦୁଇଟି ଟେଣ୍ଟରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ଦମକଳ ଗାଡି ପହଂଚି ନିଆଁ ଉପରେ ଆୟତ୍ତ କରିନେଇଥିଲା। ଏହି ସମୟରେ ଟେଣ୍ଟରେ ରଖାଯାଇଥିବା କାଠ ଜିନିଷ ସବୁ ପାଉଁଶ ହୋଇଯାଇଛି। ନିଆଁ ଦ୍ୱାରା କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି। ନିଆଁ ଲାଗିବାର କାରଣ ସର୍ଟ ସର୍କିଟ କୁହାଯାଉଛି। ଘଟଣାସ୍ଥଳରେ ଉପସ୍ଥିତ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଲଗାତାର ପବନ ବହିବା ଦ୍ୱାରା ନିଆଁ ଲାଗିଛି। ଯାହା ଦ୍ୱାରା ସବୁ ଜଳି ପାଉଁଶ ହୋଇଯାଇଛି। ଏହି କାରଣରୁ ୨ଟି ଟେଣ୍ଟ ମଧ୍ୟ ଜଳିଯାଇଛି। ନିଆଁ ଉପରେ ତୁରନ୍ତ ଆୟତ୍ତ କରାଯାଇଥିଲା।

ସୂଚନାଯୋଗ୍ୟ, ଏହା ପୂର୍ବରୁ ୧୪ ଜାନୁୟାରୀକୁ ସେକ୍ଟର ୧୬ ସ୍ଥିତ ଦିଗମ୍ବର ଅନୀ ଅଖାଡାରେ ନିଆଁ ଲାଗିଯାଇଥିଲା। ଜୋରରେ ପବନ ବହିବା ଯୋଗୁଁ ତମ୍ବୁରେ ନିଆଁ ଲାଗିଯାଇଥିଲା। ମକର ସଂକ୍ରାନ୍ତିରେ ପ୍ରଥମ ସାହି ସ୍ନାନର ପୂର୍ବ ଦିଗମ୍ବର ଅନୀ ଅଖାଡାରେ ନିଆଁ ଲାଗିବା ଦ୍ୱାରା ଜିନିଷ ଜଳିପୋଡି ପାଉଁଶ ହୋଇଯାଇଥିଲ। କିନ୍ତୁ ଏଥିରେ କୌଣସି ଜନଜୀବନ ହାନୀ ହୋଇନଥିଲା।

ସମ୍ବନ୍ଧିତ ଖବର