ମହାରାଷ୍ଟ୍ରର ରସାୟନିକ କମ୍ପାନିରେ ନିଆଁ: ୩ ମୃତ, ୮ଆହତ

ମୁମ୍ବାଇ: ଆଜି ସକାଳେ ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାର ଏକ ରସାୟନିକ କମ୍ପାନିରେ ଅଗ୍ନିକାଣ୍ଡ ଘଟି ତିନି ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହ ଏହି ଦୁର୍ଘଟଣାରେ ୮ଜଣ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି। ମୃତକମାନେ ହେଲେ ବିଲାସ କଦମ (୩୬), ସଚିନ ତରୱାର (୨୨) ଏବଂ ମଙ୍ଗେଶ ଜାମକର (୨୨)। ମୁମ୍ବାଇଠାରୁ ପ୍ରାୟ ୩୦୦କିଲୋମିଟର ଦୂରରେ ଥିବା ଖେଡ ତାଲୁକାର ଲୋଟେ ଏମଆଇଡିସି (ମହାରାଷ୍ଟ୍ର ଶିଳ୍ପ ବିକାଶ ନିଗମ) ଅଞ୍ଚଳରେ ଥିବା ୟୁନିଟରେ ସକାଳ ପ୍ରାୟ ୯ଟା ୩୦ ସମୟରେ ଏହି ଦୁର୍ଘଟଣା ଘଟିଛି ବୋଲି ରତ୍ନଗିରି ପୁଲିସ କଣ୍ଟ୍ରୋଲ ରୁମର ଜଣେ ଅଧିକାରୀ କହିଛନ୍ତି।

ବିସ୍ଫୋରଣ କାରଣରୁ ନିଆଁ ଲାଗିଥିବା ବେଳେ ହଠାତ ବିସ୍ଫୋରଣ କାହିଁକି ହେଲା ଏହାର ପ୍ରକୃତ କାରଣ ଖୋଜୁଛି ପୁଲିସ। ହଠାତ ବିସ୍ଫୋରଣ ହେବାରୁ ଭିତରେ ଥିବା ୩ଜଣ ସଙ୍ଗେ ସଙ୍ଗେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୮ଜଣ ଆହତ ହୋଇଥିଲେ। ଏବେ ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ନିଆଁକୁ ଆୟତ୍ତ କରାଯାଇଛି।

ସମ୍ବନ୍ଧିତ ଖବର