ଜମ୍ମୁ ଓ କଶ୍ମୀର : ଦ୍ରାସର ଜାମିଆ ମସଜିଦରେ ଅଗ୍ନିକାଣ୍ଡ

ଶ୍ରୀନଗର : ବୁଧବାର ଦିନ ଜମ୍ମୁ ଓ କାଶ୍ମୀରର ଦ୍ରାସର ଜାମିଆ ମସଜିଦରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି । ଏହି ଅଗ୍ନିକାଣ୍ଡରେ ମସଜିଦରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଭାରତୀୟ ସେନା, ପୁଲିସ ଓ ଦମକଳ ବାହିନୀର ସହାୟତାରେ ଏହି ନିଆଁକୁ ଲିଭାଯାଇଥିଲା । ଇଲେକ୍ଟ୍ରିକ ସର୍ଟ ସର୍କିଟ କାରଣରୁ ଏହି ନିଆଁ ଲାଗିଥିବା କୁହାଯାଉଛି ।

ତେବେ ପୁଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ଏହି ଘଟଣାପଛରେ ଆତଙ୍କବାଦୀଙ୍କ ହାତ ଥିବା ନେଇ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନଥିବା ପୁଲିସ କହିଛି ।

ଜାମିଆ ମସଜିଦର ଜଣେ ତତ୍ତ୍ୱାବଧାରକ କହିଛନ୍ତି, ” ଦ୍ରାସ୍ ର ଅନ୍ୟତମ ପୁରାତନ ମସଜିଦରେ ଏହି ଅଗ୍ନିକାଣ୍ଡ ଘଟଣା ବିଷୟରେ ଶୁଣି ସେ ଦୁଃଖିତ। ଦ୍ରାସ୍ ଏକ ସମ୍ବେଦନଶୀଳ ଅଞ୍ଚଳ, କିନ୍ତୁ ଅଧିକ ଦୁର୍ଭାଗ୍ୟଜନକ ବିଷୟ ହେଉଛି ଯେ ଏଠାରେ କୌଣସି ଗୋଟିଏ ଅଗ୍ନିଶମ ସେବା ନାହିଁ । ଅତୀତରେ ମଧ୍ୟ ଏପରି ଘଟଣା ଘଟିଛି, କିନ୍ତୁ ପ୍ରଶାସନ ଏଥିପାଇଁ କୌଣସି ପଦକ୍ଷେପ ନେଇନାହିଁ ।

 

 

ସମ୍ବନ୍ଧିତ ଖବର