ନୋଇଡ଼ାର ସ୍ପାଇସ୍‌ ମଲ୍‌ରେ ଅଗ୍ନିକାଣ୍ଡ, କେହି ମୃତାହତ ନଥିବା ସୂଚନା

ନୋଇଡ଼ା: ଉତ୍ତରପ୍ରଦେଶର ନୋଇଡ଼ାଠାରେ ଥିବା ‘ସ୍ପାଇସ୍‌ ମଲ୍‌’ରେ ସୋମବାର ଭୟାନକ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ନିଆଁକୁ ଆୟତ୍ତ କରିବାକୁ ୪ଟି ଦମକଳ ନିୟୋଜିତ ହୋଇଥିଲେ। ମଲ୍‌ର ଦ୍ୱିତୀୟ ମହଲାରେ ଥିବା ରେଷ୍ଟୁରାଣ୍ଟ୍‌ରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି।

ଅପରାହ୍ନ ୨.୩୦ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ତେବେ, ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଛି ବୋଲି ଜାଣିବାକୁ ମିଳିଛି। ଅଗ୍ନିଶମ ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ସମ୍ବନ୍ଧିତ ଖବର