ଭୋପାଳ : ମଧ୍ୟପ୍ରଦେଶର ସତପୁରା ସ୍ଥିତ ଏକ ସରକାରୀ କୋଠାରେ ସୋମବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଭୟଙ୍କର ଆକାର ଧାରଣ କରିଛି ଯେ ରାଜ୍ୟ ଅଗ୍ନିଶମ ବିଭାଗ ଏହାକୁ ଏପର୍ଯ୍ୟନ୍ତ ନିୟନ୍ତ୍ରଣ କରିପାରିନାହିଁ। ନିଆଁ ଲିଭାଇବା ପାଇଁ ସେନାର ସହାୟତା ନେଇଛନ୍ତି ରାଜ୍ୟ ସରକାର ।

Advertisment

ନିଆଁ ଲାଗିଥିବା ଭୋପାଳର ସାତପୁରା ଭବନରେ ଅନେକ ସରକାରୀ କାର୍ଯ୍ୟାଳୟ ରହିଛି। ପ୍ରାଥମିକ ସୂଚନା ଅନୁଯାୟୀ, କୋଠାର ତୃତୀୟ ମହଲାରେ ଥିବା ଆଦିବାସୀ କଲ୍ୟାଣ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ଦମକଳ ବାହିନୀ ଓ ସେନା ବିଶେଷଜ୍ଞ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। କିନ୍ତୁ ରାତି ପର୍ଯ୍ୟନ୍ତ ଏହାକୁ ଆୟତ୍ତ କରାଯାଇପାରିନାହିଁ ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ କଥା ହୋଇ ନିଆଁ ଲିଭାଇବା ପାଇଁ ବାୟୁସେନାର ସହାୟତା ଲୋଡ଼ିଛନ୍ତି। ଯାହା ପରେ ପ୍ରତିରକ୍ଷା ମନ୍ତ୍ରୀ ଏଥିପାଇଁ ବାୟୁସେନାକୁ ନିର୍ଦ୍ଦେଶନାମା ଜାରି କରିଥିଲେ । ପ୍ରତିରକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏଏନ୍-୩୨ ବିମାନ ଓ ଏମଆଇ-୧୫ ହେଲିକପ୍ଟର ଆଜି ରାତିରେ ଭୋପାଳରେ ପହଞ୍ଚିବ। ଏଏନ୍ ୩୨ ଓ ଏମ୍ ଆଇ ୧୫ ସାତପୁରା କୋଠା ଉପରୁ ପାଣି ଢାଳି ନିଆଁ ଲିଭାଇବାକୁ ଚେଷ୍ଟା କରିବେ। ଏସବୁ ବିମାନ ଆସିବା ପାଇଁ ଭୋପାଳ ବିମାନବନ୍ଦର ରାତି ସାରା ଖୋଲା ରହିବ ।