ଅହମଦାବାଦ : ଗୁଜରାଟର ବଡ଼ୋଦରାରେ ଶୁକ୍ରବାର ଦିନ ଏକ ବହୁ ମହଲା ବିଶିଷ୍ଟ ସ୍କୁଲ୍ କୋଠାରେ ଅଗ୍ନିକାଣ୍ଡ ହୋଇଛି। ବଡ଼ୋଦରାର ମକରପୁର ଅଞ୍ଚଳ ସ୍ଥିତ ଫୋଏନିକ୍ସ ସ୍କୁଲରେ ଆଜି ସକାଳେ ଅଗ୍ନିକାଣ୍ଡ ହୋଇଥିଲା। ଏହି ସମୟରେ ୫୦୦ରୁ ଅଧିକ ଛାତ୍ର ସ୍କୁଲ୍ରେ ଉପସ୍ଥିତ ଥିଲେ। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ୪ ମହଲା ବିଶିଷ୍ଠ କୋଠାର ତୃତୀୟ ମହଲାର ଏମ୍ସିବି ସ୍ବିଚ୍ବୋର୍ଡରେ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିଲା। ପ୍ରଥମ ଏବଂ ଦ୍ବିତୀୟ ମହଲାରେ ଥିବା ଛାତ୍ରମାନେ ବାହାରକୁ ଚାଲି ଆସିଥିଲେ ମଧ୍ୟ ତୃତୀୟ ଓ ଚତୁର୍ଥ ମହଲାରେ ଥିବା ଛାତ୍ର ଫସି ଯାଇଥିଲେ। ସେମାନଙ୍କୁ ଅଗ୍ନି ନିର୍ବାପକ ଦଳ ଉଦ୍ଧାର କରିଥିଲେ।
ବଡ଼ୋଦରା ସ୍କୁଲରେ ଅଗ୍ନିକାଣ୍ଡ, ୫୦୦ରୁ ଅଧିକ ଛାତ୍ର ସୁରକ୍ଷିତ ଉଦ୍ଧାର
/sambad/media/post_attachments/wp-content/uploads/2022/06/fire-v.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)