ମୁମ୍ବାଇ: ଶୁକ୍ରବାର ପ୍ରତ୍ୟୁଷରେ ମୁମ୍ବାଇର ପଶ୍ଚିମ ବିରାର୍ ଅଞ୍ଚଳରେ ଥିବା ବିଜୟବଲ୍ଲଭ ହସ୍ପିଟାଲ୍ରେ ନିଆଁ ଲାଗିଯିବାରୁ ୧୩ଜଣ କୋଭିଡ୍-୧୯ ଆକ୍ରାନ୍ତ ରୋଗୀ ଜୀବନ ହରାଇଥିବା କଥା ହସ୍ପିଟାଲ୍ର ‘ସିଇଓ’ ଡାକ୍ତର ଦିଲୀପ ଜୈନ୍ କହିଛନ୍ତି।
‘ଇଣ୍ଟେନ୍ସିଭ୍ କେୟାର୍ ୟୁନିଟ୍’ରେ ଥିବା ଏୟାର୍ କଣ୍ଡିସନର୍ରେ ବିଜୁଳି ସର୍ଟ-ସର୍କିଟ୍ ଘଟି ରାତି ପ୍ରାୟ ୩.୧୫ ମିନିଟ୍ରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଭୋର୍ ୫.୩୦ ସୁଦ୍ଧା ନିଆଁ ଲିଭାଇବାରେ ସମର୍ଥ ହୋଇଥିଲେ।
‘ଇଣ୍ଟେନ୍ସିଭ୍ କେୟାର୍ ୟୁନିଟ୍’ରେ ୧୭ଜଣ ରୋଗୀ ଥିବା କଥା ଅଗ୍ନିଶମ ବିଭାଗ ସୁନିଶ୍ଚିତ କରି କହିଛି। ନିଆଁରୁ ବର୍ତ୍ତିଯାଇଥିବା ୫ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।
Image Courtesy of The Times of Indiaପରେ ଆଉ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି ବୋଲି କୁହାଯାଉଛି।
ବାସାଇ ବିରାର୍ ପୌର ନିଗମ ଅନ୍ତର୍ଗତ ଏହି ହସ୍ପିଟାଲ୍ରେ ମୃତ କୋଭିଡ୍-୧୯ ଆକ୍ରାନ୍ତ ରୋଗୀମାନେ ଏଭଳି ପୋଡ଼ି ଯାଇଛନ୍ତି ଯେ, ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି।
‘କୋଭିଡ୍ ହସ୍ପିଟାଲ୍’ ଭାବେ କାର୍ଯ୍ୟ କରୁଥିବା ବିଜୟ ବଲ୍ଲଭ ହସ୍ପିଟାଲ୍ ହେଉଛି ଏକ ଘରୋଇ ସଂସ୍ଥାନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/fire-2.jpg)