ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଦପ୍ତରରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ :ଗତକାଲି ବିଳମ୍ବିତ ରାତିରେ ସାଉଥ ବ୍ଲକ୍‌ରେ ଥିବା ପ୍ରଧାନମନ୍ତ୍ରୀଙ୍କ ଦପ୍ତରରେ ନିଆଁ ଲାଗିଥିଲା। ଖବର ପାଇ ୧୦ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ମାତ୍ର ୨୦ ମିନିଟ୍‌ ମଧ୍ୟରେ ନିଆଁକୁ ଆୟତ କରିଛନ୍ତି। ଏହି ଅଗ୍ନିକାଣ୍ଡରେ ଧନଜୀବନର କୌଣସି କ୍ଷତି ହୋଇନାହିଁ ବୋଲି ଫାୟାର ବିଗ୍ରେଡ ସୂତ୍ରରୁ ପ୍ରକାଶ।
ଗତକାଲି ରାତି ପ୍ରାୟ ୩.୩୫ ମିନୀଟ୍‌ରେ ଦିଲ୍ଲୀର ଫାୟାର ବିଗ୍ରେଡକୁ କଂଣ୍ଟ୍ରୋଲ ରୁମ୍‌ରୁ ସୂଚନା ମିଳିଥିଲା ଯେ ସାଉଥ ବ୍ଲକ୍‌ରେ ଥିବା ପ୍ରଧାନମନ୍ତ୍ରୀଙ୍କ ଦପ୍ତରର ଦ୍ୱିତୀୟ ମହଲାରେ ଥିବା ୨୪୨ ନମ୍ବର କୋଠରୀରେ ନିଆଁ ଲାଗିଛି । ଏହି ସୂଚନା ପାଇବା ମାତ୍ରେ ୧୦ଟି ଫାୟାର ବିଗ୍ରେଡ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ମାତ୍ର ୨୦ ମିନିଟ ମଧ୍ୟରେ ନିଆଁକୁ ଆୟତ କରି ନେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଦପ୍ତରର ୨୪୨ ନମ୍ବର କୋଠରୀରେ ଥିବା କମ୍ପ୍ୟୁଟରର ୟୁପିଏସରୁ ସ୍ପାର୍କିଂ କରି ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ଡିଭିଜନାଲ ଫାୟାର ଅଫିସର ଗୁରମୁଖ ସିଂହ କହିଛନ୍ତି। ଏହି ଅଗ୍ନିକାଣ୍ଡରେ କୌଣସି ଅଫିସ ଫାଇଲ ନଷ୍ଟ ହୋଇ ନ ଥିବା କିମ୍ବା ଅନ୍ୟ କୌଣସି କ୍ଷତି ହୋଇ ନ ଥିବା ଶ୍ରୀ ସିଂହ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର