ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟକାର୍ଯ୍ୟାଳୟରେ କୌଣସି କାରଣରୁ ଶୁକ୍ରବାର ଅପରାହ୍ନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।
ଦିଲ୍ଲୀର ଲୋଧି ରୋଡ ଅଞ୍ଚଳସ୍ଥ ସିଜିଓ କମ୍ପଲେକ୍ସ ନିକଟରେ ଥିବା ସିବିଆଇ ମୁଖ୍ୟକାର୍ଯ୍ୟାଳୟ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଖବରପାଇ ଅଗ୍ନିଶମ ବାହିନୀର ୮ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏହି କାର୍ଯ୍ୟାଳୟ ଭିତରେ ଥିବା ସମସ୍ତ ଅଧକାରୀ ଓ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କାହାରି କିଛି କ୍ଷତି ହୋଇନାହିଁ।
Delhi: Fire breaks out in the basement of the CBI building at CGO complex in the Lodhi Road area today. All officers and staff in the building have been evacuated pic.twitter.com/c6TYhcvHaD
— ANI (@ANI) September 17, 2021
ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ରହିଥିବା ବେଳେ ଅଗ୍ନିକାଣ୍ଡରେ କ'ଣ ସବୁ ନଷ୍ଟ ହୋଇଛି ତା'ର ସୂଚନା ମିଳିପାରିନାହିଁ । ତେବେ ନିଆଁ କେଉଁ କାରଣ ପାଇଁ ଲାଗିଲା ତାହାର ତଦନ୍ତ ଚାଲିଛି।