ମୁମ୍ବାଇର ବ୍ୟାବସାୟିକ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ, ଅନେକ ଫସି ରହିଛନ୍ତି

ମୁମ୍ବାଇ: ମୁମ୍ବାଇର ଅନ୍ଧେରୀଠାରେ ଥିବା ଏକ ବ୍ୟାବସାୟିକ ବିଲ୍ଡିଂରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିଛି ବୋଲି ଖବର ମିଳିବା ପରେ ଘଟଣାସ୍ଥଳରେ ୪ଟି ନିଆଁ ଲିଭା ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ୨୨ ମହଲାର ଏହି ବିଲ୍ଡିଂରେ ନିଆଁ ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି ଅଗ୍ନିକାଣ୍ଡରେ ଏଯାବତ୍‌ କେହି ମୃତାହତ ହୋଇନାହାନ୍ତି। ମାତ୍ର ବିଲ୍ଡିଂରେ ଅନେକ ଫସି ରହିଥିବା ସୂଚନା ରହିଛି।

ଏହି ବ୍ୟାବସାୟିକ କମ୍ପ୍ଲେକ୍ସଟି ୟଶ୍‌ ରାଜ ଫିଲ୍ମ ଷ୍ଟୁଟିଓର ସାମ୍ନାରେ ଥିବା ବେଳେ ଏଥିରେ ଅନେକ ଲୋକ କାମ କରୁଥିଲେ। ନିଆଁ ପ୍ରଥମେ ଉପର ମହଲାରୁ ଲାଗିବା ଆରମ୍ଭ ହୋଇଥିଲା। ତେବେ, ଏହି ଅଗ୍ନିକାଣ୍ଡ କିପରି ଘଟିଛି ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର