ନୂଆଦିଲ୍ଲୀ: ବୁଧବାର ସକାଳେ ସିଜିଓ ପରିସର ମଧ୍ୟରେ ଅବସ୍ଥିତ ପଣ୍ଡିତ ଦୀନଦୟାଲ ଅନ୍ତୋଦୟ ଭବନର ୫ମ ମହଲାରେ ନିଅାଁ ଲାଗିଛି। ଘଟନାସ୍ଥଳକୁ ୨୪ଟି ଦମକଳ ଯାଇ ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

Advertisment

ପୂର୍ବରୁ ପର୍ଯ୍ୟାବରଣ ବଭନ ଭାବେ ପରିଚିତ ୧୧ ତାଲା ବିଶିଷ୍ଟ ପଣ୍ଡିତ ଦୀନଦୟାଲ ଅନ୍ତୋଦୟ ଭବନରେ ରହିଛି ମିନିଷ୍ଟ୍ରି ଅଫ୍‌ ସୋସିଆଲ୍‌ ଜଷ୍ଟିସ୍‌ ଏମ୍ପାଓ୍ଵର୍‌ମେଣ୍ଟ୍‌ ଆଣ୍ଡ୍‌ ଡିଜାବିଲିଟି, ମିନିଷ୍ଟ୍ରି ଅଫ୍‌ ଏନ୍‌ଭାଇରୋନ୍‌ମେଣ୍ଟ୍‌, ଫରେଷ୍ଟ୍‍ ଆଣ୍ଡ୍‌ କ୍ଲାଇମେଟ୍‌ ଚେଞ୍ଚ୍‌ ସମେତ କେତେକ ମନ୍ତ୍ରାଳୟ ଅବସ୍ଥିତ।

ମିଳିଥିବା ଖବର ଅନୁସାରେ, ମିନିଷ୍ଟ୍ରି ଅଫ୍‌ ସୋସିଆଲ୍‌ ଜଷ୍ଟିସ୍‌ ଏମ୍ପାଓ୍ଵର୍‌ମେଣ୍ଟ୍‌ ଆଣ୍ଡ୍‌ ଡିଜାବିଲିଟିରେ ପ୍ରଥମେ ନିଆଁ ଲାଗି ସବୁଆଡ଼କୁ ଚରି ଯାଇଥିଲା। ନିଆଁଲିଭା ଅଭିଯାନରେ ବହୁ ଉଚ୍ଚକୁ ଉଠି ପାରୁଥିବା କ୍ରେନ୍‌ ସବୁ ସହାୟତା କରୁଛନ୍ତି।

ଘଟନାସ୍ଥଳରେ ଧୂଆଁରେ ରୁନ୍ଧି ହୋଇ ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିୟାଲ୍‌ ସିକ୍ୟୁରିଟି ପୁଲିସର ଜଣେ ସବ୍‌-ଇନ୍‌ସପେକ୍ଟର୍‌ ଅଚେତ ହୋଇ ଯାଇଥିଲେ। ତାଙ୍କୁ ଏମ୍‌ସ୍‌ ନିଆ ଯିବା ପରେ ସେ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଛନ୍ତି।

ନିଆଁ ଲିଭା ସରିଛି। ସମ୍ଭବତଃ ବିଜୁଳି ସର୍ଟସର୍କିଟ୍‌ ଯୋଗୁଁ ନିଆଁ ଲାଗିଥାଇ ପାରେ ବୋଲି ଅନୁମାନ କରାଯାଉଛି।