ନିର୍ମାଣାଧୀନ ନୌସେନା ଯୁଦ୍ଧପୋତରେ ନିଆଁ ଲାଗି ଜଣେ ମୃତ

ମୁମ୍ବାଇ: ଶୁକ୍ରବାର ସନ୍ଧ୍ୟାରେ ଦକ୍ଷିଣ ମୁମ୍ବାଇ ଅନ୍ତର୍ଗତ ମାଜଗାଓଁ ଡକ୍‌ୟାର୍ଡରେ ନୌସେନାର ଗୋଟାଏ ନିର୍ମାଣାଧୀନ ଯୁଦ୍ଧପୋତରେ ଭୟାବହ ଅଗ୍ନିକାଣ୍ଡ ଘଟିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ଜଣେ ସରକାରୀ କର୍ମଚାରୀ କହିଛନ୍ତି।

ମୃତ ବ୍ୟକ୍ତିଜଣକ ଥିଲେ ଜଣେ ଠିକା ଶ୍ରମିକ। ଅମ୍ଳଜାନ ଅଭାବ ଏବଂ ପୋଡ଼ାଘା’ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।

ରାଷ୍ଟ୍ରାୟତ ଜେଜେ ହସ୍‌ପିଟାଲ୍‌ର ମୁଖ୍ୟ ମେଡିକାଲ୍‌ ଅଫିସର୍‌ କହନ୍ତି, ୨୨ ବର୍ଷିୟ ବାଜେନ୍ଦ୍ର କୁମାରଙ୍କୁ ମୃତାବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା।

Image Source: Hindustan Times

ସହର ଫାୟାର୍‌ ବ୍ରିଗେଡ୍‌ର ମୁଖ୍ୟ ପିଏସ୍‌ ରାହାଙ୍ଗଦାଲେ କହିବା ଅନୁସାରେ, ସନ୍ଧ୍ୟା ୫. ୪୪ ମିନିଟ୍‌ରେ ନିର୍ମାଣାଧୀନ ଯୁଦ୍ଧପୋତ ‘ବିଶାଖାପଟନମ୍‌’ରେ ନିଆଁ ଲାଗିଛି। ଜାହାଜର ଦ୍ୱିତୀୟ ଡେକ୍‌ରୁ ନିଆଁ ଚରିଛି। ନିଆଁ ଯୁଦ୍ଧପୋତର ଦ୍ୱିତୀୟ ଓ ତୃତୀୟ ଡେକ୍‌ ମଧ୍ୟରେ ସୀମିତ ରହିଛି। ଡକ୍‌ୟାର୍ଡ ଅଗ୍ନିଶମ କର୍ମଚାରୀଙ୍କ ସହ ମିଶି ଆମ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଉଛନ୍ତି। ଯୁଦ୍ଧପୋତ ମଧ୍ୟରେ ଧୂଅାଁ ବ୍ୟାପୀ ଯାଇଛି।

ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳକୁ ଆଠଟି ଦମକଳ ସହ କୁଇକ୍‌-ରେସ୍‌ପନ୍‌ସ୍‌ ଭେଇକ୍ଲ୍‌ ପଠାଯାଇଥିଲା।

କେଉଁ କାରଣରୁ ନିଆଁ ଲାଗିଲା, ତାହା ତଦନ୍ତ ପରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର