ଦିଲ୍ଲୀର କୀର୍ତ୍ତି ନଗର ଅଞ୍ଚଳରେ ଅଗ୍ନିକାଣ୍ଡ, ବହୁ ଆସବାବ୍‌ପତ୍ର ଦୋକାନପୋଡ଼ି

ନୂଆଦିଲ୍ଲୀ: ଗୁରୁବାର ବିଳମ୍ବିତ ରାତିରେ କୀର୍ତ୍ତି ନଗର ଅଞ୍ଚଳର ଆସବାବପତ୍ର ବଜାରରେ ଭୀଷଣ ଅଗ୍ନିକାଣ୍ଡ ଘଟିବାରୁ ଅନେକ ଦୋକାନ ପୋଡ଼ି ଯାଇଛି। ନିଆଁ ଲିଭାଇବାକୁ ଘଟନାସ୍ଥଳକୁ ୧୦ରୁ ଅଧିକ ଦମକଳ ଗାଡ଼ି ଧାଇଁ ଯାଇଥିଲେ।

ଖବର ସରବରାହ ସଂସ୍ଥା ପଠାଇଥିବା ଚିତ୍ରାବଳୀରୁ ଜଣାପଡୁଛି ଯେ ସମଗ୍ର ଅଞ୍ଚଳକୁ ନିଆଁର ଶିଖା ସବୁ ଚରି ଯାଇଛି। ଏକ ରେଳବାଇ ଷ୍ଟେସନ୍‌ ନିକଟରେ ଥିବା ଦୋକାନ ସବୁ ମଧ୍ୟ ଜଳିଯାଇଛି। ସୌଭାଗ୍ୟକୁ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।

ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଦୀର୍ଘ ସମୟ ଉଦ୍ୟମ ଚଳାଇବା ପରେ ସକାଳ ପ୍ରାୟ ୬: ୨୦ ସମୟରେ ନିଆଁକୁ ସମ୍ପୂର୍ଣ୍ଣ ରୂପେ ଲିଭାଇବାରେ ଦମକଳବାହିନୀ ସମର୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର