କୋଲକାତା: ବୁଧବାର ଦିନ କୋଲ୍କାତା ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍ପିଟାଲ୍ର ଫାର୍ମାସି ବିଭାଗରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଘଟନାସ୍ଥଳକୁ ୧୦ଟି ଦମକଳ ଗାଡ଼ି ଏବଂ କୋଲ୍କାତା ପୁଲିସ ଧାଇଁ ଯାଇଛନ୍ତି।
ପ୍ରାଥମିକ ସୂଚନା ଅନୁସାରେ, ହସ୍ପିଟାଲ୍ରେ ଥିବା ସମସ୍ତ ରୋଗୀ ନିରାପଦ ଅଛନ୍ତି।
ଅଘଟଣ ସମୟରେ ୪ଟିଯାକ ବିଭାଗରେ ପ୍ରାୟ ୨୫୦ ଜଣ ରୋଗୀ ଭର୍ତ୍ତି ହୋଇଥିଲେ। ଅଘଟଣ ସମୟର ଫଟୋ ଏବଂ ଭିଡିଓରେ ଦେଖାଯାଉଛି- ରୋଗୀମାନେ ହସ୍ପିଟାଲ୍ ବାହାର ରାସ୍ତା ଉପରେ ଶୋଇଛନ୍ତି। ଧୂଅାଁରେ ରୁନ୍ଧି ନ ହେବାକୁ ଏ ଭଳି କରାଯାଇଥିବା କୁହାଯାଉଛି।
ହସ୍ପିଟାଲ୍ରେ ରହିଯାଇଥିବା ଆଉ କେତେକ ରୋଗୀଙ୍କୁ କୋଠରି ବାହାରକୁ ଅଣା ଯାଉଛି।
ବୁଧବାର ସକାଳ ପ୍ରାୟ ୮ ସମୟରେ ଅଟ୍ଟାଳିକାର ମେଡିସିନ୍ କାଉଣ୍ଟର୍ରେ ନିଅାଁ ଉଠିଥିଲା। ଫଳରେ ରୋଗୀ ଏବଂ ତାଙ୍କର ଆତ୍ମୀୟମାନେ ଛାନିଆ ହୋଇ ଯାଇଥିଲେ।
ଫାର୍ମାସି ପାଖ ଘର ଯେଉଁଠି ନିଅାଁ ଲାଗିଲା ତା’ ପରକୁ ଥିଲା ଅକ୍ସିଜେନ୍ ଗୋଦାମ। ଅଧିକାରୀମାନେ ନିଅାଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/kolkata-hospital.jpg)