ଏକା ଦିନରେ ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇରେ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ

ମୁମ୍ବାଇ: ମାହାରାଷ୍ଟ୍ରର ମଙ୍ଗଲାଦାସ ବଜାରର କାଲବାଦେବି ଅଞ୍ଚଳରେ ଶନିବାର ଭୟାନକ ଅଗ୍ନିକାଣ୍ଡ ଘଟିଯାଇଛି। ନିଆାଁ ଏତେ ଜୋର୍‌ ଲାଗଥିଲା ଯେ ତାହାକୁ ଲିଭାଇବା ପାଇଁ ୫ଟି ଦମକଳ ଗାଡ଼ି ପଠାଯାଇଥିଲା। ସୌଭାଗ୍ୟକୁ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି।

ଅନ୍ୟପକ୍ଷରେ ରାଜଧାନୀ ଦିଲ୍ଲୀର ଭଜନପୁରା ମାର୍କେଟର ଏକ ଦୋକାନରେ ମଧ୍ୟ ନିଆଁ ଲାଗିଯାଇଛି। ଦିଲ୍ଲୀର ପରିସ୍ଥିତି ଏତେ ଭୟାନକ ରହିଥିଲା ଯେ ନିଆଁ ଲିଭାଇବା ପାଇଁ ୧୯ଟି ଦମକଳ ଗାଡ଼ି ନିୟୋଜିତ କରାଯାଇଥିଲା। ସେଠାରେ ମଧ୍ୟ କେହି ମୃତାହତ ହୋଇନାହାନ୍ତି ବୋଲି ସୂଚନା ରହିଛି।

ଉଭୟ ସ୍ଥାନରେ ଅଗ୍ନିକାଣ୍ଡ ଘଟିବା ପରେ ସ୍ଥାନୀୟ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁ କିପରି ଲାଗିଲା କାରଣ ଖୋଜିବାରେ ଲାଗିପଡ଼ିଛନ୍ତି। ଏହି ଅଗ୍ନିକାଣ୍ଡରେ କେହି ବ୍ୟକ୍ତିବିଶେଷ କ୍ଷତିଗ୍ରସ୍ଥ ନହୋଇଥିଲେ ବି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ଜଳି ପାଉଁସ ହୋଇ ଯାଇଥିବା ସୂଚନା ରହିଛି।

 

ସମ୍ବନ୍ଧିତ ଖବର