ଗ୍ଵାଲିୟର୍: ରେଳବାଇ ଷ୍ଟେସନ୍ କ୍ୟାଣ୍ଟିନ୍ରେ ଅଗ୍ନିକାଣ୍ଡ, ଜଳିଗଲା ସମସ୍ତ ସାମଗ୍ରୀ
ଗ୍ଵାଲିୟର୍: ମଧ୍ୟପ୍ରଦେଶ ରେଳବାଇ ଷ୍ଟେସନ୍ କ୍ୟାଣ୍ଟିନ୍ରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ମାତ୍ର କ୍ୟାଣ୍ଟିନ୍ରେ ଥିବା ସମସ୍ତ ସାମଗ୍ରୀ ଏହି ଅଗ୍ନିକାଣ୍ଡରେ ଜଳିପୋଡ଼ି ପାଉଁଶ ହୋଇଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗ୍ଵାଲିୟର ରେଳ ଷ୍ଟେସନ୍ର ଏକ ନମ୍ବର ପ୍ଲାଟ୍ଫର୍ମରେ ଏହି କ୍ୟାଣ୍ଟିନ୍ ରହିଥିଲା। ତେବେ, ନିଆଁ ଲାଗିଯିବା ପରେ ଲୋକେ ଚିତ୍କାର କରିବାରୁ ରେଳବାଇ ପୁଲିସ୍ ତତ୍କ୍ଷଣାତ୍ କ୍ୟାଣ୍ଟିନ୍ ସମ୍ମୁଖରେ ପହଞ୍ଚିବା ସହ ନିଆଁ ଲିଭାଳିଙ୍କୁ ଖବର ଦିଆ ଯାଇଥିଲା। କିଛି ସମୟରେ ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଛି। ପୁଲିସ୍ କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ଏହି ଅଗ୍ନିକାଣ୍ଡ ସର୍ଟସର୍କିଟ ଯୋଗୁ ଘଟିଛି।
ଅଗ୍ନିଶମ ବିଭାଗ ପହଞ୍ଚିବା ପର୍ଯ୍ୟନ୍ତ ନିଆଁ ବ୍ୟାପିବାରେ ଲାଗିଥାଏ। ଯୋଗକୁ ପୁଲିସ୍ ଖବର ଦେବା ପରେ ମାତ୍ର ଅଳ୍ପ ସମୟ ବ୍ୟବଧାନରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଘଟଣାର ତଦନ୍ତ ଏବେ ଆରମ୍ଭ ହୋଇଛି।