ପାର୍କିଂରେ ଥିବା କ୍ୟାବ୍‌ରେ ଲାଗିବା ନିଆଁ, କେହି କିଛି ବୁଝିବା ପୂର୍ବରୁ ଜଳିଗଲା ୧୫ରୁ ଊର୍ଧ୍ୱ ଗାଡ଼ି

ମୁମ୍ବାଇ: ମହାରାଷ୍ଟ୍ରର ବସାଇସ୍ଥିତ ମଲାଜୀ ପାଡା ଅଞ୍ଚଳରେ ରବିବାର ସକାଳେ ପାର୍କିଂରେ ଛିଡା ହୋଇଥିବା କ୍ୟାବରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଥିଲା। କେହି କିଛି ବୁଝିବା ପୂର୍ବରୁ ଏହି କ୍ୟାବ୍‌ ପାଖରେ ଥିବା ଅନ୍ୟ ୧୦୦ଟି ଗାଡ଼ିରେ ବି ନିଆଁ ଲାଗିଯାଇଥିଲା। ସେଥିମଧ୍ୟରୁ ୧୫ଟି ଗାଡ଼ି ସମ୍ପୂର୍ଣ୍ଣ ଭାବେ ଜଳି ଛାର୍‌ଖାର୍‌ ହୋଇ ଯାଇଥିଲା। ଏତେ ବଡ଼ ଅଗ୍ନିକାଣ୍ଡ ଘଟିଥିଲେ ହେଁ, କୌଣସି ବ୍ୟକ୍ତି ଏଥିରେ ମୃତାହତ ହୋଇ ନଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରି ଦେଇଥିଲେ। ଏହି ଘଟଣା ଟ୍ୟାବ୍‌ କ୍ୟାବ୍‌ କମ୍ପାନିର କାରସେଡରେ ଘଟିଛି। ଏହି କାରସେଡ ମୁମ୍ବାଇ-ଅହମଦାବାଦ ହାଇେଓ୍ଵର ମାଜଲିପାଡା-ସସୁନବଘର ଅଞ୍ଚଳରେ ରହିଛି। ଏଠାରେ ୧୦୦ରୁ ଅଧିକ ଗାଡ଼ି ପାର୍କିଂ କରାଯାଇଥାଏ। ତେଣୁ ଗୋଟିଏ କାରରେ ନିଆଁ ଲାଗିବା ପରେ ଧୀରେଧୀରେ ଏହି ନିଆଁ ଅନ୍ୟ ଗାଡ଼ିଗୁଡିକୁ ବି ମାଡି ଯାଇଥିଲା। ତେବେ କିପରି କାରରେ ନିଆଁ ଲାଗିଲା, ତାହାର କାରଣ ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ଏହି ଅଗ୍ନିକାଣ୍ଡର କିପରି ଘଟିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି।

 

ସମ୍ବନ୍ଧିତ ଖବର