କୋଚିନ୍‌ ସିପ୍‌ୟାର୍ଡରେ ଅଗ୍ନିକାଣ୍ଡ, ୫ ଜୀବନ୍ତ ଦଗ୍ଧ

କୋଚି: କୋଚିନ୍‌ ସିପ୍‌ୟାର୍ଡ ଲିମିଟେଡ୍‌ ( ସିଏସ୍‌ଏଲ୍‌) ପରିସରରେ ଅଗ୍ନିକାଣ୍ଡ ଘଟି ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛିି । ସିପ୍‌ୟାର୍ଡ ପରିସରରେ ଏକ ଜାହାଜର ମରାମତି ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ, ମରାମତି କାର୍ଯ୍ୟ ଚାଲିଥିବା ବେଳେ ହଠାତ୍‌ ନିଆଁ ଲାଗିଯାଇଥିଲା । ଫଳରେ ଜାହାଜ ଭିତରେ କାମ କରୁଥିବା ୧୧ ଜଣ କର୍ମଚାରୀ ବାହାରକୁ ଆସି ପାରି ନ ଥିଲେ। ସିପ୍‌ୟାର୍ଡ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଯେଉଁମାନଙ୍କୁ ଉଦ୍ଧାର କରାଯାଇପାରିଲା, ସେମାନଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ଲାଗି ବିଭିନ୍ନ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା ।

ତେବେ ଘଟଣାସ୍ଥଳରୁ ପ୍ରଥମେ ୩ ଜଣଙ୍କୁ ଉଦ୍ଧାର କରାଯାଇ ନ ପାରିବାରୁ ସେମାନେ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଥିଲା । ଏହାପରେ ଆହୁରି ଦୁଇ ଜଣ ନିଆଁ ଭିତରେ ଫସି ରହୁଥିଲେ ବୋଲି ଜଣାପଡ଼ିଲା। ତେବେ ସେମାନଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇପାରିବନାହିଁ । ଫଳରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର