ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀର ବଓ୍ଵାନାସ୍ଥିତ ଏକ ପ୍ଲାଷ୍ଟିକ ଗୋଦାମରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟଣା ଘଟିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ପ୍ରାଥମିକ ଖବର ଅନୁଯାୟୀ ଏହି ଘଟଣାରେ ୯ଜଣଙ୍କର ମୃତ୍ୟୁ ହୋଇଛି।
ରିପୋର୍ଟ ଅନୁସାରେ, ଶନିବାର ସନ୍ଧ୍ୟାରେ ବଓ୍ଵାନାସ୍ଥିତ ଶିଳ୍ପାଞ୍ଚଳରେ ଏକ କାରପେଟ୍ କାରଖାନାରେ ନିଆଁ ଲାଗିଛି। ନିଆଁର ରୂପ ଏମିତି ଥିଲା ଯେ, ଦେଖୁଦେଖୁ ଚାରିଆଡ଼େ ବ୍ୟାପିଥିଲା। ସୂଚନା ମିଳିବା ପରେ ଘଟଣାସ୍ଥଲରେ ୧୦ଟି ଦମକଳ ପହଞ୍ଚି ଆଗ୍ନିକମାନେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଏହି ଘଟଣାରେ କେତେ ଜଣ ଆହତ ହୋଇଛନ୍ତି, ତାହା ଜଣାପଡ଼ି ନାହିଁ। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ କାରଖାନାର ସେକ୍କଟର ୧, ୩ ଓ ୫ରେ ନିଆଁ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Untitled-1-6.jpg)
