ଚୀନ୍‌ ଫେରନ୍ତା ଅଫିସରଙ୍କୁ ଗୁଳି କରି ହତ୍ୟା

ବେଜିଂ: କରୋନା ଭାଇରସ୍‌ ଏବେ ପୂରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଉତ୍ତର କୋରିଆ ଏଥିରୁ ରକ୍ଷା ପାଇବା ପାଇଁ ଅତ୍ୟନ୍ତ ଅମାନବୀୟ ନୀତି ଧରିଛି। କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ସନ୍ଦେହରେ ଜଣେ ଚୀନ୍‌ ଫେରନ୍ତା ଅଫିସରଙ୍କୁ ନିକଟରେ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଛି। ଏହି ଅଧିକାରୀ ଜଣକ ନିଜକୁ ଅଲଗା ରଖିବା ପରିବର୍ତ୍ତେ ସାର୍ବଜନୀନ ସ୍ଥାନରେ ଘୂରି ବୁଲୁଥିବାରୁ ତାଙ୍କୁ ଏଭଳି ମୃତ୍ୟୁ ଦଣ୍ଡ ଦିଆଯାଇଛି।

ସମ୍ବନ୍ଧିତ ଖବର