ନୂଆଦିଲ୍ଲୀ: ଦିଲ୍ଲୀବାସୀ ଏଥର ଦୀପାବଳିରେ ମଧ୍ୟ ବାଣ ଫୁଟାଇ ପାରିବେ ନାହିଁ। ବାଣଫୁଟା ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ମନ୍ତ୍ରୀ ଗୋପାଳ ରାୟ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ବିଜ୍ଞପ୍ତି ପୋଷ୍ଟ କରି ଏହି ନିର୍ଦ୍ଦେଶ ବିଷୟରେ ସୂଚନା ଦେଇଛନ୍ତି।
ସେ ଏହି ପୋଷ୍ଟରେ ଲେଖିଛନ୍ତି ଯେ ଶୀତ ଦିନେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଆଜିଠାରୁ ୧ ଜାନୁୟାରୀ ୨୦୨୫ ପର୍ଯ୍ୟନ୍ତ ବାଣ ତିଆରି, ସଂରକ୍ଷଣ, ବିକ୍ରୟ ଏବଂ କ୍ରୟ ଉପରେ ନିଷେଧାଦେଶ ଜାରି ରହିବ।
सर्दियों में बढ़ते प्रदूषण को देखते हुए आज से 1 जनवरी तक पटाखों के उत्पादन ,भंडारण ,बिक्री व उपयोग पर प्रतिबंध लागू।
— Gopal Rai (@AapKaGopalRai) October 14, 2024
प्रतिबंध को लेकर दिल्ली सरकार ने जारी किया निर्देश।
सभी दिल्ली वालों से सहयोग का अनुरोध। pic.twitter.com/ZrJuMaB1oW
ସମସ୍ତ ଦିଲ୍ଲୀବାସୀଙ୍କଠାରୁ ଏନେଇ ସହଯୋଗ କାମନା କରାଯାଉଛି। ଯଦି ୧ ଜାନୁୟାରୀ ୨୦୨୫ ମଧ୍ୟରେ ବାଣ ତିଆରି, ସଂରକ୍ଷଣ, ବିକ୍ରୟ କିମ୍ବା କିଣିବାରେ କାହାକୁ ଧରାଯାଏ, ତେବେ ତାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତ ବିଭାଗକୁ ବିଜ୍ଞପ୍ତି ପଠାଯାଇଛି ଏବଂ ସଜାଗ ରହିବାକୁ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)