ଏରୋ ଇଣ୍ଡିଆ ପାର୍କିଙ୍ଗ୍‌ସ୍ଥଳରେ ଅଗ୍ନିକାଣ୍ଡ; ଜଳିଗଲା ୮୦ରୁ ଅଧିକ କାର୍‌

ବେଙ୍ଗାଲୁରୁ: ଶନିବାର ଅପରାହ୍ଣରେ ୟେଲହଙ୍କା ଏୟାର୍‌ ବେସ୍‌ ଅନ୍ତର୍ଗତ ପାର୍କିଙ୍ଗ୍‌ ଅଞ୍ଚଳରେ ଅଗ୍ନିକାଣ୍ଡ ଯୋଗୁଁ ଅନ୍ୟୂନ ୮୦ଟି କାର୍‌ ପୋଡ଼ି ଯାଇଛି।

ବେଙ୍ଗାଲୁରର ଠାରେ ଚାଲିଥିବା ଏରୋ ଇଣ୍ଡିଆ ସୋ’ ୨୦୧୯ ଘଟିଥିବା ଏହି ଅଗ୍ନିକାଣ୍ଡସ୍ଥଳରେ ନିଆଁ ଲିଭାଇବାକୁ ଏୟାର୍‌ଫୋର୍ସ ବିଗ୍ରେଡ୍‌ ୬ଟି ଗାଡ଼ି ଧାଇଁ ଯାଇଛନ୍ତି। ଏଥିରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ।

ଘଟନାସ୍ଥଳରେ ଉପସ୍ଥିତ ଥିବା ଏୟାର୍‌ ଫୋର୍ସ ପୁଲିସ ଏବଂ ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ କହିବାନୁସାରେ ୫୦ରୁ ଊର୍ଦ୍ଧ୍ୱ ଯାନ ପୋଡ଼ି ଅଙ୍ଗାର ହୋଇ ଯାଇଛି।

ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।

ଦିନ ପ୍ରାୟ ୧ଟା ବେଳେ ଏରୋ ଇଣ୍ଡିଆର ୫ ନମ୍ବର ଫାଟକ ଠାରେ ନଆଁ ଲାଗିଥିଲା। ମାଟିରେ ଶୁଖିଲା ଘାସ ଥିବାରୁ ନିଆଁ ଖୁବ୍‌ ଶୀଘ୍ର ଚରିଯାଇ ପାଖରେ ଥିବା ପାର୍କିଙ୍ଗ୍‌ସ୍ଥଳର ଗାଡ଼ିରେ ଲାଗିଯାଇଥିଲା। ନିଆଁ ପ୍ରଭାବରେ ଗୋଟିଏ ଇନ୍ଧନ ଟାଙ୍କି ମଧ୍ୟ ଫାଟି ଯାଇଛି।

ନିଆଁ ଲାଗିବା ପରେ ପେର ଚାଲିଥିବା ଏୟାର୍‌ ସୋ ସାମୟିକ ଭାବେ ବନ୍ଦ କରାଯାଇଥିଲା।

ଏଥିରେ କୌଣସି ବିମାନ ନଷ୍ଟ ହୋଇ ନ ଥିବା ପ୍ରକାଶ।

ରବିବାର ଦିନ ଏରୋ ସୋ ସମାପ୍ତ ହେବ।

ସମ୍ବନ୍ଧିତ ଖବର