ଓଡ଼ିଶା-ଛତିଶଗଡ଼ ସୀମାରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ଛତିଶଗଡ଼: ଓଡ଼ିଶା-ଛତିଶଗଡ଼ ସୀମା ନିକଟସ୍ଥ ଦାଲଦାଲି ଓ ଗୁଗାପାଦାର ଗ୍ରାମରେ ପୁଲିସ ଓ ମାଓବାଦୀ ମଧ୍ୟରେ ଶୁକ୍ରବାର ଗୁଳି ବିନିମୟ ହୋଇଥିଲା। ତୁଳସୀ ପହାଦ୍‌ ଅଞ୍ଚଳରେ ମାଓବାଦୀଙ୍କ ପ୍ରଭାବ ଅଧିକ ରହିଥାଏ । ତେଣୁ ଏହି ଅଞ୍ଚଳର ବାସିନ୍ଦାଙ୍କୁ ସବୁବେଳେ ମାଓ ଭୟ ଲାଗି ରହିଥାଏ।

ସୂଚନାଯୋଗ୍ୟ, ଡିଭିଏଫ୍‌ ଓ ଏସ୍‌ଓଜି ଟିମ୍‌ ଓ ମାଲକାନଗିରି ଏସ୍‌ପି ଆଣ୍ଟି-ମାଓବାଦୀ ଅପରେସନ୍‌ରେ ଯୋଗ ଦେଇଥିଲେ। ଏହି ଅପରେସନ୍‌ରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ପୁଲିସ ଗୁଳିର ସାମ୍ନା କରି ନପାରି ମାଓବାଦୀମାନେ ଘଟଣାସ୍ଥଳ ଛାଡ଼ି ଚାଲି ଯାଇଥିଲେ। ପୁଲିସ ଘଟଣାସ୍ଥଳରୁ ମାଓବାଦୀଙ୍କ କିଟ୍‌ ବ୍ୟାଗ, ମାଓବାଦୀଙ୍କ ଲିଟେରଚର ଓ ଦୈନଦିନ ବ୍ୟବହାର ସାମଗ୍ରୀ ଆଦି ଜବତ କରିଛି। ଏବେ ବି ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଗତ କିଛି ମାସ ମଧ୍ୟରେ ମାଲକାନଗିରି ପୁଲିସ ମାଓବାଦୀ ମଧ୍ୟରେ ତୁଳସୀ ପହାଦ ଅଞ୍ଚଳରେ ଚାରିଥର ଗୁଳିବିନିମୟ ହୋଇସାରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର