ପ୍ରଭାସ ଓ ସୈଫ ଅଲ୍ଲୀ ଖାନଙ୍କ ଫିଲ୍ମ ‘ଆଦିପୁରୁଷ’ର ସୁଟିଂ ସେଟରେ ନିଆଁ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଫିଲ୍ମ ‘ଆଦିପୁରୁଷ’ର ସୁଟିଂ ସେଟରେ ଲାଗିଗଲା ନିଆଁ | ମୁମ୍ବାଇର ଗୋରେଗାଓଁରେ ଥିବା ‘ଆଦିପୁରୁଷ’ର ସୁଟିଂ ସେଟରେ ନିଆଁ ଲାଗିଯାଇଛି | ଆଉ ନିଆଁ ଲିଭାଇବା ପାଇଁ ଆଠଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚିଥିଲେ । ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଫିଲ୍ମର ସୁଟିଂ ଆରମ୍ଭ ହେବାର କିଛି ସମୟ ପରେ ସେଟରେ ନିଆଁ ଲାଗିବା ଆରମ୍ଭ ହୋଇଯାଇଥିଲା |

ପରେ ଏହି ନିଆଁ ସମଗ୍ର ସୁଟିଂ ସେଟକୁ ବ୍ୟାପିଯାଇଥିଲା | ଫିଲ୍ମ ସେଟରେ ପ୍ରାୟ ପଚାଶରୁ ଷାଠିଏ ଜଣ ଲୋକ ଉପସ୍ଥିତ ଥିଲେ। ମୁମ୍ବାଇ ଦମକଳ ବାହିନୀର କହିବା ଅନୁଯାୟୀ, ନିଆଁ ଲିଭାଇବାକୁ ଆଠଟି ଦମକଳ ଗାଡି ନିୟୋଜିତ ହୋଇଥିବାବେଳେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ। ସୂଚନା ଥାଉ କି ଏହି ଚଳଚ୍ଚିତ୍ରରେ ସୈଫ ଅଲି ଖାନ ଏବଂ ପ୍ରଭାସ ମୁଖ୍ୟ ଭୂମିକାରେ ଅଛନ୍ତି।


ତେବେ ସୈଫ ଅଲି ଖାନ ଏବଂ ପ୍ରଭାସ ସେଟରେ ଉପସ୍ଥିତ ନଥିଲେ। ଫିଲ୍ମ’ ଆଦିପୁରୁଷ’ର ବଜେଟ ପ୍ରାୟ ୪୦୦ କୋଟି ହୋଇଥିବାବେଳେ ଏହି ସେଟରେ ଗତ ଦୁଇମାସ ଧରି ରିହର୍ସାଲ୍ ଚାଲିଥିଲା ​​|

ସମ୍ବନ୍ଧିତ ଖବର