ଜାହାଜରେ ନିଆଁ ଲାଗିବା ଘଟଣା ୬ ଭାରତୀୟ ମୃତ , ୬ ନିଖୋଜ

ମସ୍କୋ: ରୁଷିଆ ଓ କ୍ରିମିଆ ମଧ୍ୟରେ କର୍ଚ ଷ୍ଟ୍ରେଟ୍‌ରେ ଗତକାଲି ଦୁଇଟି ଜାହାଜରେ ନିଆଁ ଲାଗିଯିବା ଫଳ‌ରେ ଅନ୍ୟୁନ ୧୪ ଜଣ ନାବିକଙ୍କ ମୃତ୍ୟୁ ହୋଇଯାଇଥିଲା। ଉକ୍ତ ୧୪ ମୃତକଙ୍କ ମଧ୍ୟରେ ୬ ଭାରତୀୟ ନାବିକ ଥିବା ଜଣାପଡ଼ିଛି ଏବଂ ଆହୁରି ୬ ଭାରତୀୟ ନିଖୋଜ ଅଛନ୍ତି। ମୃତ ଭାରତୀୟ ନାବିକମାନଙ୍କୁ ପିନାଲ କୁମାର ଭାରତଭାଇ ଟାଣ୍ଡେଲ୍‌, ବିକ୍ରମ ସିଂହ, ସର୍ବାନନ୍‌ ନାଗରାଜନ୍‌, ବିଶାଳ ଡଡ୍‌, ରାଜା ଦେବନାରାୟଣ ପା‌ଣିଗ୍ରାହୀ ଏବଂ କରନକୁମାର ହରିଭାଇ ଟାଣ୍ଡେଲ୍‌ ବୋଲି ଚିହ୍ନଟ କରାଯାଇଛି। ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜଣାଯାଇଛି ଯେ ମୃତ ଭାରତୀୟ ନାବିକଙ୍କ ମୃତଦେହ ଭାରତ ଫେରାଇ ଆଣିବାପାଇଁ ଆବଶ୍ୟକ ପଦ‌କ୍ଷେପ ଗ୍ରହଣ ହୋଇଛି।

ସମ୍ବନ୍ଧିତ ଖବର