ବ୍ରହ୍ମପୁତ୍ର ଏକ୍ସପ୍ରେସରେ ନିଆଁ : ଜଗୁଆଳିଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ ବିପଦ

ମୁଙ୍ଗେର : ଆସାମର ଦିବ୍ରୁଗଡରୁ ଦିଲ୍ଲୀ ଯାଉଥିବା ବ୍ରହ୍ମପୁତ୍ର ଏକ୍ସପ୍ରେସରେ ଆଜି ନିଆଁ ଲାଗିଯାଇଥିବା ଖବର ହସ୍ତଗତ ହୋଇଛି । ତେବେ ଏହି ଘଟଣାରେ କୌଣସି ବ୍ୟକ୍ତି ମୃତାହତ ହୋଇଥିବା ଖବର ମିଳିନାହିଁ ।

ମିଳିଥିବା ସୂଚନା ମୁତାବକ ଆଜି ଦିନ ୧୦ଟା ବେଳେ ବ୍ରହ୍ମପୁତ୍ର ଏକ୍ସପ୍ରେସ ମୁଙ୍ଗେର ଜିଲ୍ଲାର ଦଶରଥପୁର ଷ୍ଟେସନ ଅତିକ୍ରମ କରୁଥିବାବେଳେ ଟ୍ରେନର ପାଓ୍ଵାର କାର(ଜେନେରେଟର ବ୍ରେକ ଭ୍ୟାନ) ରେ ଧୂଆଁ ଉଠୁଥିବା ଜଣାପଡିଥିଲା ।

 

ଜଣେ ଗେଟମ୍ୟାନ ବୀରେନ୍ଦ୍ର କୁମାର ପଟେଲ ଏହା ଦେଖି ତୁରନ୍ତ ଷ୍ଟେସନ ମାଷ୍ଟରଙ୍କୁ ସୂଚନା ଦେଇଥିଲେ । ଏହା ପରେ ତୁରନ୍ତ ଟ୍ରେନକୁ ଅଟକାଇ ନିଆଁକୁ ଆୟତ୍ତ କରାଯାଇଥିଲା । ଦିନ ୧୨ଟା ସୁଦ୍ଧା ନିଆଁକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରାଯାଇଥିଲା । ଠିକ ସମୟରେ ସତର୍କ ସୂଚନା ଜାରି କରିଥିବାରୁ ଗେଟମ୍ୟାନ ବୀରେନ୍ଦ୍ରଙ୍କୁ ରେଳବାଇ ପକ୍ଷରୁ ୫ ହଜାର ଟଙ୍କାର ପୁରସ୍କାର ଦିଆଯାଇଛି । ତେବେ ରେଳବାଇ ପକ୍ଷରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧିତ ଖବର