ନୂଆଦିଲ୍ଲୀ : ଉତ୍ତର କାଲିଫର୍ଣ୍ଣିଆ ଜଙ୍ଗଲରେ ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ଏବେ ମୃତ୍ୟୁସଂଖ୍ୟା ୬୩ ଛୁଇଁଛି। ଏଥିରେ ୬୩୧ ଜଣ ନିଖୋଜ ଥିବା ସ୍ଥାନୀୟ ପ୍ରଶାସନ ଘୋଷଣା କରିଛି। ଅଗ୍ନିକାଣ୍ଡରେ ୧୨,୦୦୦ ଘର ପାଉଁଶ ହୋଇଯାଇଛି। ୫ ଦିନ ହେଲା ବ୍ୟାପକ ପ୍ରୟାସ ସତ୍ତ୍ବେ ଏବେ ବି ନିଆଁକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରାଯାଇ ପାରିନାହିଁ। ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଆସନ୍ତା ଶନିବାର ଦିନ କାଲିଫର୍ଣ୍ଣିଆ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିବେ। ଜଂଗଲର ନିଆଁ ଖୁବ୍ ଦ୍ରୁତ ଗତିରେ ଚାରିଆଡ଼କୁ ବ୍ୟାପି ଯିବାରୁ ଜୀବନ ବଞ୍ଚାଇବାପାଇଁ ଲୋକମାନଙ୍କୁ ଖୁବ୍ କମ୍ ସମୟ ମିଳିଥିଲା।
କାଲିଫର୍ଣ୍ଣିଆ ଜଙ୍ଗଲରେ ନିଆଁ : ୬୩ ମୃତ, ୬୩୧ ନିଖୋଜ
/sambad/media/post_attachments/wp-content/uploads/2018/11/carli.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)