ଦେଢ଼ କୋଟି ଟଙ୍କା ନେଇ ଯାଉଥିବାବେଳେ କାରରେ ଲାଗିଗଲା ନିଆଁ, ଆଉ ତା ପରେ କଣ ହେଲା ଜାଣନ୍ତୁ

ସିବନି: ପ୍ରାୟ ଦେଢ଼ କୋଟିରୁ ଅଧିକ ଟଙ୍କା ଲୁଚାଇ ନେଉଥିବାବେଳେ ହଠାତ କାରରେ ଲାଗିଗଲା ନିଆଁ | ଆଉ ଅଳ୍ପକେ ବର୍ତ୍ତିଯାଇଛନ୍ତି କାରରେ ଯାଉଥିବା ଯାତ୍ରୀ | ତେବେ ଦେଢ଼ ଲକ୍ଷ ଟଙ୍କା ପୋଡି ପାଉଁଶ ହୋଇଯାଇଛି | ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶ ବାରାଣାସୀର କିଛି ଲୋକ ଏକ କାରର ବୋନେଟରେ ୧.୭୪ କୋଟି ଟଙ୍କା ଲୁଚାଇ ମୁମ୍ବାଇ ଯାଉଥିଲେ। ତେବେ ମଧ୍ୟପ୍ରଦେଶର ସିବନିରେ ଏହି କାରରେ ନିଆଁ ଲାଗିଯାଇଥିଲା | ଏହା ପରେ ରାସ୍ତା ଉପରେ ତୁରନ୍ତ କାରକୁ ଅଟକାଇ ସେଥିରେ ଥିବା ଲୋକମାନେ ବୋନେଟ ଖୋଲି ନୋଟ୍ ବାହାର କରିବା ଆରମ୍ଭ କରିଥିଲେ |

ତେବେ ସେହି ସମୟରେ ରାସ୍ତାରେ କିଛି ଅଧା ପୋଡି ହୋଇଥିବା ନୋଟ୍ ବିଛାଡି ହୋଇଯାଇଥିଲା। ସେତେବେଳକୁ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ସୂଚନା ଦେଇଥିଲେ। ନିଆଁ ଲାଗିବା ଯୋଗୁଁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଜଳିଯାଇଥିଲା। ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସ କର୍ମଚାରୀମାନେ କାର ଏବଂ ସେଥିରେ ଯାଉଥିବା ଲୋକଙ୍କୁ ପୁଲିସ ଷ୍ଟେସନକୁ ଆଣିଥିଲେ।

ଆଉ ତାଙ୍କଠାରୁ ୧.୭୪ କୋଟି ଟଙ୍କା ଜବତ କରାଯାଇଥିଲା। ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତମାନେ କହିଛନ୍ତି ଯେ, ପୁଲିସ ଯାଞ୍ଚକୁ ଏଡ଼ାଇବା ପାଇଁ ସେମାନେ କାରର ବନେଟରେ ଟଙ୍କା ଲୁଚାଇ ନେଉଥିଲେ | ଏହି ଘଟଣାକୁ ନେଇ ସାବନିର ଏସପି କୁମାର ପ୍ରତୀକ କହିଛନ୍ତି ଯେ ଏହି ଘଟଣାର ଅନୁସନ୍ଧାନ ପାଇଁ ଆୟକର ବିଭାଗକୁ ସୂଚନା ଦିଆଯାଇଛି। କାରର ବୋନେଟରେ ନୋଟ୍ ଗୁଡ଼ିକୁ ଲୁଚାଇ ରଖାଯାଇଥିଲା | ଏତେ ଟଙ୍କା ନେଇ ମୁମ୍ବାଇ କେଉଁ ଉଦ୍ଦେଶ୍ୟରେ ଯାଉଥିଲେ ସେ ବାବଦରେ ତଦନ୍ତ ଚାଲିଛି |

ସମ୍ବନ୍ଧିତ ଖବର