ମଝି ରାସ୍ତାରେ କାରରେ ଲାଗିଲା ନିଆଁ, ଲିଭିଗଲା ୬ଜଣଙ୍କ ଜୀବନ ଦୀପ

ଚିତ୍ତୋର: ମଝି ରାସ୍ତାରେ କାରରେ ଲାଗିଲା ନିଆଁ | ଲିଭିଗଲା ୬ଜଣଙ୍କ ଜୀବନ ଦୀପ | ଗୋଟେ ପରିବାରର ୮ଜଣ ଘରକୁ ଫେରୁଥିବା ବେଳେ ହଠାତ କାରରେ ନିଆଁ ଲାଗିବାରୁ ୬ଜଣଙ୍କ ମୃତ୍ୟୁ ଘଟିଛି | କାରରେ ପେଟ୍ରୋଲ ଲିକ କରିବାରୁ ନିଆଁ ଲାଗିଥିବା କହିଛନ୍ତି ଚନ୍ଦ୍ରଗିରି ଇନ୍ସପେକ୍ଟର ବି.ଭି ଶ୍ରୀନିବାସ |

ତାଙ୍କ କହିବା ମୁତାବକ, ଚିତ୍ତୋର ଜିଲ୍ଲାରୁ କାରରେ ସମୁଦାୟ ଆଠ ଜଣ ଲୋକ ଆସୁଥିବା ବେଳେ ଦ୍ରୁତ ଗତିରେ ଥିବା କାରଟି ଏକ ଡିଭାଇଡରକୁ ଧକ୍କା ଦେଇଥିଲା | ତେଲ ଲିକ୍ ହେତୁ ପୁଥାଲପାଟ୍ଟୁ-ନାଇଡୁପେଟ୍ ରାସ୍ତାରେ ଚନ୍ଦ୍ରଗିରି ଜୋନର ଆଇଟେପାଲୀରେ କାରରେ ନିଆଁ ଲାଗିଯାଇଥିଲା | ଏହି ଅଗ୍ନିକାଣ୍ଡରେ ୫ଜଣ ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଗୁରୁତରଙ୍କୁ ଆହତ ଅବସ୍ଥାରେ ତିରୁପତିସ୍ଥିତ ରୁଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଅନ୍ୟ ଜଣେ ଆଖିବୁଜି ଦେଇଥିଲେ | ୬ଜଣ ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ବେଳେ କନିପାକମ୍ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଏଭଳି ଘଟିଥିବା ଜଣାପଡିଛି |

ସମ୍ବନ୍ଧିତ ଖବର