ବେଜିଂ : ଚୀନର ହୁନାନ ରାଜ୍ୟରେ ଥିବା ଚାଙ୍ଗସା ସହରରେ ଆଜି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ସହରରେ ଥିବା ଏକ ଆକାଶଛୁଆଁ ଟାଓ୍ବାରରେ ନିଆଁ ଲାଗିଯାଇଥିଲା ଓ ଦେଖୁ ଦେଖୁ ତାହା ସମଗ୍ର ଟାଓ୍ବାରକୁ ବ୍ୟାପି ଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ବହୁ ଦୂରରୁ ନିଆଁର କଳାଧୂଆଁ ଦେଖାଯାଉଥିଲା ।
ଏହି ଘଟଣାରେ ମୃତାହତଙ୍କ ସଂପର୍କରେ କୌଣସି ସୂଚନା ମିଳିପାରିନାହିଁ । ତେବେ ଏହି ୪୨ ମହଲା ବିଶିଷ୍ଟ କୋଠାରେ କେତେକ ଅଫିସ ଥିବା ସହ ଆବାସିକ ଫ୍ଲାଟ ବି ଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି କୋଠାରେ ଚୀନର ଟେଲିକମ କମ୍ପାନି ଚାଇନା ଟେଲିକମର କାର୍ଯ୍ୟାଳୟ ଥିଲା । ତେବେ ନିଆଁ ଲାଗିବା ଜଣାପଡି଼ବା ପରେ ଅଫିସର କର୍ମଚାରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଏଣୁ ଏହି ଘଟଣାରେ କିଛି ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । ମାତ୍ର ଚୀନ ସରକାର ଏ ନେଇ ଏପର୍ଯ୍ୟନ୍ତ କୌଣସି ତଥ୍ୟ ଜାରି କରିନାହାନ୍ତି ।
🚨 According to New Hunan News Agency of Hunan Daily, on the afternoon of September 16, a #China Telecom building in Changsha caught fire. The smoke billowed and the flames rushed to the roof. At present, the casualties are unknown pic.twitter.com/63MfAp5V6Z
— Breaking News 24/7 (@Worldsource24) September 16, 2022
କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ମାତ୍ର ୨୦ ମିନିଟରେ ୬୨୦ ଫୁଟ ଉଚ୍ଚ ଏହି କୋଠାକୁ ନିଆଁ ବ୍ୟାପିଯାଇଥିଲା । କୋଠା ଚାରିପଟେ ଲାଗିଥିବା କେତେକ ଦହନଶୀଳ ସାମଗ୍ରୀ (ଫ୍ଲେକ୍ସ ଇତ୍ୟାଦି) ଥିବାରୁ ନିଆଁ ଦ୍ରୁତ ଗତିରେ ବ୍ୟାପିଯାଇଥିଲା । ଏହି ନିଆଁକୁ ଲିଭାଇବାକୁ ୩୬ଟି ଫାୟାର ଇଂଜିନକୁ ନିୟୋଜିତ କରାଯାଇଥିଲା ।