ଦୀପିକାଙ୍କ ଘରେ ନିଆଁ

ମୁମ୍ବାଇ: ଦକ୍ଷିଣ ମୁମ୍ବାଇର ଓ୍ଵର୍ଲି ଅଞ୍ଚଳରେ ଥିବା ବିଉମୋଣ୍ଡେ ଟାଓ୍ଵାରରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅପ୍ପାସାହେବ ମରାଠେ ମାର୍ଗରେ ଥିବା ଏହି ୩୪ ତାଲା ବିଲଡିଂର ୩୩ ମହଲାରେ ଥିବା ଏକ ଘରେ ନିଆଁ ଲାଗି ପରେ ଚତୁର୍ଦ୍ଦିଗକୁ ବ୍ୟାପୀ ଯାଇଥିବା ଜଣାପଡ଼ିଛି।  ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ଏହି ମହଲାରେ ରହୁଥିବାରୁ ତାଙ୍କ ପ୍ରଶଂସକ ମହଲରେ ଉଦ୍‌ବେଗ ବଢ଼ି ଯାଇଥିଲେ। ତେବେ ସେ ସୁରକ୍ଷିତ ଥିବା ନେଇ ଦୀପିକା ଟ୍ଵିଟ କରି ଜଣାଇଛନ୍ତି।

ସମ୍ବନ୍ଧିତ ଖବର