ନୂଆଦିଲ୍ଲୀ: ବୁଧବାର ଦିନ ଦକ୍ଷିଣ ପୂର୍ବ ଦିଲ୍ଲୀର ନୋଏଡା ସୀମା ନିକଟରେ ଥିବା ଏକ କବାଡ଼ି ସାମଗ୍ରୀ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରୁ ଅଗ୍ନିକାଣ୍ଡର ଧୂଆଁ ବହୁ ଉଚ୍ଚକୁ ଉଠୁଥିବା ଦେଖାଯାଉଛି ।
ନିଆଁ ଦିଲ୍ଲୀ- ନୋଇଡା ସୀମା ନିକଟରେ ଥିବା ବଦରପୁରରେ ଥିବା ଏକ କବାଡ଼ି ସାମଗ୍ରୀ (ସ୍କ୍ରାପ) ଗଦା ହୋଇଥିବା ସ୍ଥାନରେ ହୋଇଥିଲା ବୋଲି କେତେକ କହିଛନ୍ତି । ପରେ ଏହି ନିଆଁ ଭାଷଣ ଆକାର ଧାରଣ କରିଥିଲା । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି । ଖବର ଲେଖାହେବା ପର୍ଯ୍ୟନ୍ତ ନିଆଁ ଆୟତ୍ତକୁ ଆସିନଥିଲା । ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାଯାଇଛି ।
ଏହି ନିଆଁର ଜଣେ ପ୍ରତ୍ୟକ୍ଷଦର୍ଶୀ ସୁଶାନ୍ତ ଚତୁର୍ବେଦୀ ଟ୍ୱିଟ୍ କରି କହିଛନ୍ତି, "ଏହା ଏକ ବଡ଼ ଅଗ୍ନିକାଣ୍ଡରେ ପରିଣତ ହୋଇଛି । ଏପରିକି ଏହା ନୋଏଡାରୁ ମଧ୍ୟ ଦେଖାଯାଉଛି ।
ଅମୃତମ ଆନନ୍ଦ ନାମକ ଅନ୍ୟ ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି, "ନଡ଼ା ଜଳିବା ଅଗ୍ନିକାଣ୍ଡର କାରଣ ହୋଇପାରେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଦିଲ୍ଲୀ ପୋଲିସକୁ ଟ୍ୟାଗ୍ କରି ସେ ଲେଖିଛନ୍ତି, "ଦିଲ୍ଲୀର ଯମୁନା କୂଳରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା, ଯାହାକୁ ନୋଏଡାରୁ ମଧ୍ୟ ଦେଖାଯାଉଛିୁ ।
୨୦୨୨ରେ ଦିଲ୍ଲୀରେ ୧୬୫୦୦ଟି ଅଗ୍ନିକାଣ୍ଡ ଘଟଣା ଘଟିଥିଲା ଓ ସେସବୁରେ ମୋଟ ୮୨ ଜଣ ପ୍ରାଣ ହରାଇଥିଲେ ଓ ୭୦୦ ଆହତ ହୋଇଥିଲେ ।