ମଝି ସମୁଦ୍ରରେ ଥିବା ଜାହଜରେ ଲାଗିଲା ନିଆଁଁ, ଫଶି ରହିଛନ୍ତି ୩୭୨ ଯାତ୍ରୀ

ମସ୍କୋ : ୟୁରୋପରେ ଥିବା ବାଲଟିକ ସାଗରରେ ଏକ ଯାତ୍ରୀବାହୀ ବୋଟରେ ଅଗ୍ନିକାଣ୍ଡ ହେବା ପରେ ସେଥିରେ ଯାତ୍ରା କରୁଥିବା ପ୍ରାୟ ୩୩୫ ଯାତ୍ରୀ ଓ ୩୭ ଜଣ କର୍ମଚାରୀ ଫସି ରହିଛନ୍ତି । ରେଜିନା ସିେଓ୍ଵଜ ନାମକ ଏହି ବୋଟ୍‌ଟି ଜର୍ମାନୀର କିଏଲ ସହରରୁ ଲିଥୁଆନିଆର ବନ୍ଦର ସହର କ୍ଲାଇପେଡାକୁ ଯାଉଥିଲା । ମଝି ସାଗରରେ ଏହାର ଇଂଜିନିରେ ଏକ ବିସ୍ଫୋରଣ ହେବାପରେ ନିଆଁ ଲାଗିଯାଇଥିଲା । ଏହାଫଳରେ ଇଂଜିନଟି ବନ୍ଦ ହୋଇଯିବାରୁ ବୋଟଟି ଅଟକି ରହିଛି । ଖବର ପାଇ ଋଷିଆ ଓ ପୋଲାଣ୍ଡର ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିଛନ୍ତି । ଘଟଣାସ୍ଥଳକୁ ଲିଥୁଆନିଆ ପକ୍ଷରୁ ୪ଟି ମିଲିଟାରୀ ଜାହଜ ଓ ଏକ ହେଲିକାପ୍ଟର ପଠାଯାଇଛି । ଏବେ ସେଠାକାର ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଜଣାଯାଇଛି । ତେବେ ବୋଟରେ ଅଗ୍ନୀକାଣ୍ଡ ଖବରକୁ ଏହି ବୋଟର ପରିଚାଳକ କମ୍ପାନି ଡିଏଫଡିଏସ ପକ୍ଷରୁ ଅସ୍ୱୀକାର କରାଯାଇଛି । ଏହା ଏକ ଛୋଟ ଧରଣର ଯାନ୍ତ୍ରୀକ ତ୍ରୁଟି ଥିଲା ଓ ତାହାକୁ ସଜଡାଯାଉଛି ବୋଲି କମ୍ପାନି କହିଛି ।

ସମ୍ବନ୍ଧିତ ଖବର