ଗୃହ ମନ୍ତ୍ରାଳୟର ଦ୍ବିତୀୟ ମହଲାରେ ଲାଗିଲା ନିଆଁ, ଜେରକ୍ସ ମେସିନ ସହ ଜଳିଗଲା ଜରୁରୀ ଦସ୍ତାବିଜ୍

ମୁମ୍ବାଇ: ଗୃହ ମନ୍ତ୍ରାଳୟର ଦ୍ବିତୀୟ ମହଲାରେ ଲାଗିଲା ନିଆଁ। ଜେରକ୍ସ ମେସିନ ସହ ଜଳିଗଲା ଜରୁରୀ ଦସ୍ତାବିଜ୍। ଦିଲ୍ଲୀର କେନ୍ଦ୍ରୀୟ ସଚିବାଳୟର ଉତ୍ତର ବ୍ଲକରେ ଅବସ୍ଥିତ ଗୃହ ମନ୍ତ୍ରାଳୟର ଦ୍ୱିତୀୟ ମହଲାରେ ମଙ୍ଗଳବାର ଦିନ ଅଗ୍ନିକାଣ୍ଡ ଘଟିଛି। ଏହି ସୂଚନା ପ୍ରଦାନ କରି ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଦିଲ୍ଲୀ ଅଗ୍ନିଶମ ସେବା (ଡିଏଫଏସ୍) ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଗୃହ ମନ୍ତ୍ର‌ାଳୟର ଦ୍ୱିତୀୟ ମହଲାରେ ସକାଳ ପ୍ରାୟ ୯.୨୦ ସମୟରେ ଅଗ୍ନିକାଣ୍ଡ ଘଟିଥିବା ଖବର ପାଇବା ପରେ ଅଗ୍ନିଶମ କର୍ମଚାରୀମାନେ ସକାଳ ୯.୩୫ ସୁଦ୍ଧା ନିଆଁକୁ ଆୟତ୍ତ କରିଥିଲେ।

କୁହାଯାଉଛି ଯେ, ଏସିରୁ ନିଆଁ ଲାଗିଥିବା ବେଳେ ପ‌ରେ ଏହା ପୂରା ମହଲା‌କୁ ବ୍ୟାପିଥିଲା। ନିଆଁ ଲାଗିବାରୁ କିଛି ଜେରକ୍ସ ମେସିନ୍, କିଛି କମ୍ପ୍ୟୁଟର ଏବଂ କିଛି ଦସ୍ତାବିଜରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଲ୍ଡିଂରେ ଉପସ୍ଥିତ ନଥିଲେ। କିନ୍ତୁ ସେଠାରେ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର