ବରେଲି : ଉତ୍ତରପ୍ରଦେଶ ବରେଲିର ଷ୍ଟାଡିୟମ ରୋଡ ନିକଟରେ ଥିବା ସାଇ ମେଡିକାଲର ଆଇସିୟୁରେ ଅଗ୍ନିକାଣ୍ଡ ଘଟି ୨ ଜଣ ମହିଳା ରୋଗୀଙ୍କର ମୃତ୍ୟୁ ହୋଇଛି। ମେଡିକାଲରେ ଭର୍ତ୍ତି ଥିବା ଅନ୍ୟ ୨୭ ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରୀତ କରାଯାଇଛି। ପୁଲିସ ଏବଂ ଅଗ୍ନିଶମ କର୍ମୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିନେବାରୁ ଏକ ବଡ ଦୁର୍ଘଟଣା ଏଡାଇ ଯାଇଥିଲା। ସୂଚନାଯୋଗ୍ୟ ଯେ, ସୋମବାର ସକାଳ ପ୍ରାୟ ୩ଟାରେ ସଂପୃକ୍ତ ମେଡିକାଲର ଆଇସିୟୁରେ ଅଚାନକ ନିଆଁ ଲାଗିଯାଇଥିଲା। ଫଳରେ ଆଇସିୟୁରେ ଭର୍ତ୍ତି ଥିବା ୩ ରୋଗୀଙ୍କ ମଧ୍ୟରୁ ୨ ଜଣ ମହିଳା ରୋଗୀଙ୍କର ଧୂଆଁ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ତେବେ ଅଗ୍ନିଶମ ବିଭାଗକୁ ଖବର ଦିଆଯିବାରୁ ସେମାନେ ତୁରନ୍ତ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ତେବେ ମେଡିକାଲ କର୍ତ୍ତୃପକ୍ଷ ସଜାଗ ନଥିବାରୁ ଏବଂ ଦାୟିତ୍ୱରେ ଥିବା କର୍ମଚାରୀ ସେହି ସମୟରେ ଶୋଇରହିଥିବାରୁ ଏଭଳି ଏକ ଦୁର୍ଘଟଣା ଘଟିଥିବା ରୋଗୀମାନଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ପୁଲିସ ଘଟଣାର ତଦନ୍ତ କରିବା ସହ ମେଡିକାଲର ମାଲିକ ଏବଂ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି।
ଆଇସିୟୁରେ ନିଆଁ ଲାଗି ୨ ମୃତ
/sambad/media/post_attachments/wp-content/uploads/2018/01/two-died-in-berreli.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)