ସ୍କୋପଜେ (ମାସିଡୋନିଆ) : ଶନିବାର ବିଳମ୍ବିତ ରାତିରେ ଉତ୍ତର ମାସେଡୋନିଆର କୋକାନି ସହରରେ ଥିବା ଏକ ନାଇଟ୍ କ୍ଲବରେ ଭୟାବହ ଅଗ୍ନିକାଣ୍ଡ ଘଟି ୫୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୦୦ ଜଣ ଆହତ ହୋଇଛନ୍ତି। ଅଗ୍ନିଶମ ବିଭାଗ ସହାୟତା ପାଇଁ ପହଞ୍ଚିବା ବେଳକୁ ଏହି ବ୍ୟକ୍ତିମାନେ ପ୍ରାଣ ହରାଇ ସାରିଥିଲେ। ଆହତଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଗୃହମନ୍ତ୍ରୀ ପାନସ୍କେ ତୋଶକୋଭସ୍କି ସୂଚନା ଦେଇଛନ୍ତି।
ଏକ ସ୍ଥାନୀୟ ପପ୍ ଗ୍ରୁପ୍ ର ପ୍ରଦର୍ଶନ ସମୟରେ ରାତି ୨ଟା ୩୫ମିନିଟରେ ଅଗ୍ନିକାଣ୍ଡ ଘଟିଥିଲା। କ୍ଲବ୍ ଭିତରକୁ ପ୍ରବେଶ କରୁଥିବା ଯୁବକମାନେ ବାଣ ଫୁଟାଇବାରୁ ନିଆଁ ଲାଗିଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି।
ଟୋଶକୋଭସ୍କି କହିଛନ୍ତି ଯେ କ୍ଲବ୍ ପଲସରେ ଏକ ସ୍ଥାନୀୟ ପପ୍ ଗ୍ରୁପ୍ ର ପ୍ରଦର୍ଶନ ସମୟରେ ରାତି ୨ଟା ୩୫ମିନିଟରେ ଅଗ୍ନିକାଣ୍ଡ ଘଟିଥିଲା। କ୍ଲବ୍ ଭିତରକୁ ପ୍ରବେଶ କରୁଥିବା ଯୁବକମାନେ ବାଣ ଫୁଟାଇବାରୁ ନିଆଁ ଲାଗିଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି। ପରିବାର ଲୋକେ କୋକାନିର ଡାକ୍ତରଖାନା ଓ କାର୍ଯ୍ୟାଳୟ ବାହାରେ ଏକତ୍ରିତ ହୋଇ ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ଅଧିକାରୀଙ୍କୁ ଅନୁରୋଧ କରୁଛନ୍ତି। ତୋଶକୋଭସ୍କି କହିଛନ୍ତି ଯେ ପୋଲିସ ଜଣଙ୍କୁ ଗିରଫ କରିଛି, କିନ୍ତୁ ସେ ସେହି ବ୍ୟକ୍ତିଙ୍କ ସମ୍ପୃକ୍ତି ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିନାହାଁନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/03/16/k4tJlO7Ynrn5lqkY4Ojh.jpg)