ଓଏନ୍‌ଜିସି ପ୍ଲାଣ୍ଟ୍‌ରେ ନିଆଁ, ୫ ମୃତ

ମୁମ୍ବାଇ: ମୁମ୍ବାଇର ଉରାନ୍‌ ଅଞ୍ଚଳରେ ଥିବା ଓଏନ୍‌ଜିସିର ଗ୍ୟାସ୍‌ ପ୍ରକ୍ରିୟାକଣ ପ୍ଲାଣ୍ଟ୍‌ରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଆହୁରି ୮ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ସିଆଇଏସ୍‌ଏଫ୍‌ ସଦସ୍ୟ ଥିବା ଜଣାପଡ଼ିଛି। ଜଣେ ସିଆଇଏସ୍‌ଏଫ୍‌ ଯବାନଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଅଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ମୃତକମାନେ ଏନ୍‌ଏ ନାୟକ, ଏମ୍‌ ପାଶ୍ବନ୍‌, ଏସ୍‌ପି କୁସୱାହା ଏବଂ ସିଏନ୍‌ ରାଓ ବୋଲି ଚିହ୍ନଟ କରାଯାଇଛି। ଆଜି ସକାଳ ୭ଟାରେ ଉରାନ୍‌ ସ୍ଥିତ ଓଏନ୍‌ଜିସି ପ୍ଲାଣ୍ଟ୍‌ରେ ଅଗ୍ନିକାଣ୍ଡ ହୋଇଥିଲା। ଖବର ପାଇ ଅଗ୍ନି ନିର୍ବାପକ ଦଳ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ନିଆଁକୁ ନିୟନ୍ତ୍ରଣ କରିବାପାଇଁ ପ୍ରାୟ ୨ ଘଣ୍ଟା ଲାଗି ଯାଇଥିଲା। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାବତ୍‌ ଜଣାପଡ଼ିନି।

ସମ୍ବନ୍ଧିତ ଖବର