ମସ୍କୋ : ଋଷର ସାଇବେରିଆରେ ଗୁରୁବାର ଏକ କୋଇଲା ଖଣିରେ ନିଆଁ ଲାଗିଯିବାରୁ ୫୨ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୬ ଜଣ ଉଦ୍ଧାରକାରୀ ମଧ୍ୟ ଅଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ କୋଇଲା ଖଣିରେ ହୋଇଥିବା ଦୁର୍ଘଟଣା ମଧ୍ୟରେ ଏହା ସବୁଠାରୁ ଭୟାନକ ବୋଲି କୁହାଯାଉଛି। ପ୍ରାରମ୍ଭିକ ଆକଳନ ଅନୁସାରେ ନିଆଁ ଲାଗିବାର ମାତ୍ର ୨୫ ମିନିଟ୍ ମଧ୍ୟରେ ସମସ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପାଇଁ ତିନି ଦିନିଆ ଶୋକ ଘୋଷଣା କରାଯାଇଛି। କ୍ଷେତ୍ର ଅଧିକାରୀଙ୍କ ସୂଚନା ମୁତାବକ ଅଗ୍ନିକାଣ୍ଡରେ ୩୮ ଜଣ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅତି ଗମ୍ଭୀର ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଅଗ୍ନିକାଣ୍ଡବେଳେ ଖଣି ଭିତରେ ୨୮୫ ଜଣ ଉପସ୍ଥିତ ଥିଲେ।
ସାଇବେରିଆ କୋଇଲା ଖଣିରେ ଅଗ୍ନିକାଣ୍ଡ: ୫୨ ମୃତ
/sambad/media/post_attachments/wp-content/uploads/2021/11/Siberia-Russia-huge-fire-after-coal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)