ବୁସାନ : ଦକ୍ଷିଣ କୋରିଆର ଏକ ବିମାନ ବନ୍ଦରରେ ଏକ ଯାତ୍ରୀବାହୀ ବିମାନରେ ନିଆଁ ଲାଗିଯାଇଛି। ତେବେ ଆଶ୍ବସ୍ତିର କଥା ହେଉଛି ଯେ ବିମାନରେ ୧୭୬ ଜଣ ଯାତ୍ରୀ ଥିଲେ ବି ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

Advertisment

ଦକ୍ଷିଣ-ପୂର୍ବ ବୁସାନର ଗିମହାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ହଂକଂ ଅଭିମୁଖେ ଯାଉଥିବା ଏୟାର ବୁସାନ୍ ବିମାନରେ ସ୍ଥାନୀୟ ସମୟ ରାତି ପ୍ରାୟ ସାଢ଼େ ୧୦ଟାବେଳେ ନିଆଁ ଲାଗିଯାଇଥିଲା। ବିମାନରେ ସମୁଦାୟ ୧୬୯ ଜଣ ଯାତ୍ରୀ ଏବଂ ୭ ଜଣ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ଥିଲେ ।  ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ଏ ନେଇ ତଦନ୍ତ ଆରମ୍ଭ ହୋଇଛି ।


ସୂଚନାଯୋଗ୍ୟ, ଗତ ମାସରେ ଦକ୍ଷିଣ କୋରିଆରେ ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣା ଘଟିଥିଲା। ଡିସେମ୍ବର ୨୯ ତାରିଖରେ ଥାଇଲାଣ୍ଡରୁ ମୁଆନ୍ ଅଭିମୁଖେ ଉଡ଼ାଣ ଭରିଥିବା ଜେଜୁ ଏୟାର ର ଏକ ବୋଇଂ ୭୩୭-୮୦୦ ବିମାନ କଂକ୍ରିଟ୍ ବ୍ୟାରିୟରକୁ ଧକ୍କା ଦେବା ପରେ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ୧୮୧ ଜଣ ଯାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରୁ ୧୭୯ ଜଣଙ୍କର ମୃତ୍ୟୁ ଘଟିଥିଲା।