ସୁରତ: ଟ୍ରେନିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ, ବିକଳରେ ୪ ମହଲା କୋଠାରୁ ଡେଇଁ ୧୬ ଛାତ୍ରଛାତ୍ରୀ ମୃତ ( ଭିଡିଓ ଦେଖନ୍ତୁ)
ସୁରତ : ଗୁଜୁରାଟର ସୁରତରେ ଆଜି ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣାଘଟିଛି । ଏକ ୪ ମହଲା ବିଶିଷ୍ଟ କୋଠାର ଉପର ମହଲାରେ ନିଆଁ ଲାଗିବାରୁ ଅତି କମରେ ୧୬ ଜଣ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ବୋଲି ଜଣାପଡିଛି । ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ମିଳିଥିବା ସୂଚନା ଅନୁସାରେ ଏଠାରେ ଥିବା ତକ୍ଷଶିଳା କମ୍ପେକ୍ସରେ ଚାଲିଥିବା ଏକ ଫେସନ ଡିଜାଇନିଂ ଷ୍ଟୁଡିଓ ଥିଲା ଓ ସେଠାରେ ଛାତ୍ରଛାତ୍ରୀମାନଙ୍କୁ ଟ୍ରେନିଂ ଦିଆଯାଉଥିଲା । ଉପର ମହଲାରେ ନିଆଁ ଲାଗିବା ପରେ ପିଲାମାନେ ପ୍ରାଣ ବିକଳରେ ୪ ମହଲା ଉପରେ ଥିବା ଝରକାରୁ ଡେଇଁ ପଡିଥିଲେ । ଏତେ ଉପରୁ ଡେଇଁବା ଫଳରେ କେତେକ ଛାତ୍ରଛାତ୍ରୀଙ୍କ ମୃତ୍ୟୁବରଣ କରିଥିବାବେଳେ କେତେକ ଆହତ ହୋଇଛନ୍ତି । ଷ୍ଟୁଡିଓ ଭିତରେ ମଧ୍ୟ ନିଆଁରେ ପୋଡି ହୋଇ କେତେକ ପିଲା ମୃତ୍ୟୁବରଣ କରିଥିବା ଜଣାଯାଇଛି ।
Massive fire in a building in Surat. Around 10 people jumped off breaking windowpanes. pic.twitter.com/fcApZbhRSx
— Mahesh Langa (@LangaMahesh) May 24, 2019
ଖବର ପାଇଁ ଘଟଣା ସ୍ଥଳରେ ପ୍ରାୟ ୧୫ଟି ଦମକଳ ଗାଡ଼ି ପହଞ୍ଚିଥିବା ସତ୍ତ୍ବେ ଏହି ଅଗ୍ନୀକାଣ୍ଡରେ ବ୍ୟାପକ ଧନଜୀବନ ହାନୀ ହୋଇଛି । ଏହି ଷ୍ଟୁଡିଓରେ ମୋଟ ୫୦ ଜଣ ପିଲା ଥିବା କୁହାଯାଉଛି । ମୃତ୍ୟୁସଂଖ୍ୟା ଆଗକୁ ବଢିବା ସମ୍ଭାବନା ରହିଛି ।
Extremely anguished by the fire tragedy in Surat. My thoughts are with bereaved families. May the injured recover quickly. Have asked the Gujarat Government and local authorities to provide all possible assistance to those affected.
— Narendra Modi (@narendramodi) May 24, 2019